STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ସେଇ ଝିଅଟି

ସେଇ ଝିଅଟି

1 min
220

ସେଇ କାନ୍ଦୁରୀ ଝିଅ 

ଯିଏ କଥା କଥାକେ ଝରାଉଥିଲା ଲୁହ 

ସିଏ ହଜିଯାଇଛି 

ଯାହାର ଥିଲା ଗୋଟେ କାଚର ଘର 

ଯାହାକୁ ସିଏ ନାଆଁ ଦେଇଥିଲା ହୃଦୟ 

ସେଇଠି ଏବେ ଲାଗିଛି କିଛି 

କାଠର ଝରକା 

ଭିତରଟା କିନ୍ତୁ ସେଇ କାଚ 

ଏବେ ବି ଅଛି ।

ସେଇ କାନ୍ଦୁରୀ ଝିଅ 

ଯିଏ ଅଭିମାନ କରେ

ଗୋଡ କଚାଡେ 

ପୁଣି ଘାସଫୁଲଟେ ପାଇଲେ

ଫିକ କରି ହସିଦିଏ  

ଚିହ୍ନିଛ ତାକୁ? 

ସିଏ ଏବେ ପି ପାରୁଛି କାଳେ

ସମୁଦ୍ରେ ଲୁହ ।

ତା ଆଖିରେ ପାଣି ଜକେଇଲେ 

ମେଘ ରଙ୍ଗ ଶ୍ୟାମଳ ଦିଶେ 

ତା ଆଖିର ମେଦୁରରୁ ମେହୁଲ ଖସେ 

ହେଲେ ସିଏ ଆଉ ଆଜିକାଲି ନାହିଁ 

ନିରୁର୍ଦ୍ଦିଷ୍ଟ ହବାର ଚେଷ୍ଟାରେ ।

ସିଏ ଏବେ ଖୋଜୁଛି 

ମାଟିରୁ ଚେତନା ଯାଏ

ସେଇ କୋମଳ କୁହୁକ 

ଯାହା ଖସେଇ ଦବ ତା ଦେହରୁ

କଳଙ୍କି ଲଗା 

କବାଟ  

ଆଉ ସିଏ ପେଟଟେ ଭରି

କାନ୍ଦିବ 

ଅନେକ ଦିନ ପରେ ।

ଥକି ଯାଉଥିବା 

କାନ୍ଦ ସବୁକୁ ଆଖି ପଲକ ତଳେ 

ଶୁଖେଇବା ଅଭ୍ୟାସ କରୁଥିଲା

ଗୋଟେ ଯୁଗରୁ 

ସେଇ କାନ୍ଦୁରୀ ଝିଅ ।

ଆଜି ପୁଣି ହସୁଛି 

ପାଇ ଯାଇଛି କଥାଟି

ଲୁହଠୁ ଶକ୍ତିଶାଳୀ ଆଉ କିଏ ଅବା  

ତରଳ ହେଇ ବୋହି 

ହୃଦୟକୁ କଠିନ କରିଦେଇପାରିବାର 

ସାମର୍ଥ୍ୟ  

ବୁଝିସାରିଛି 

କାନ୍ଦୁରୀ ଝିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational