STORYMIRROR

Anirudha Kund

Classics

3  

Anirudha Kund

Classics

ସେହି ପରା ବିଶ୍ବଗୁରୁ

ସେହି ପରା ବିଶ୍ବଗୁରୁ

1 min
220


ଅକାଟ୍ୟ ବଚନ କହୁଅଛି ଶୁଣ

  ଦେଇ ଧ୍ୟାନ ବାଇମନ

ଜଳ ବିନ୍ଦୁ ପରି ଜୀବ ଥାଏ ଧରି

  ସାରୁ ପତରେ ଜୀବନ ॥୦॥


ଅଢେଇ ଦିନିଆ ସଂସାର କୁଣିଆ

    ଅସାର ରୂପ ଯୌବନ

ନିଶ୍ବାସକୁ ଏଠି ନାହିଁ ଲୋ ବିଶ୍ବାସ

    ପାଣି ଫୋଟକା ସମାନ

ଆଜି ଅଛି ଯିଏ କାଲିକି ନଥିବ

   ଘଟୁ ଘଟ ଧାଏଁ ପ୍ରାଣ ॥୧॥


ଅଳପ କହିବୁ ଅଧିକ ଶୁଣିବୁ

    ଛାଡି ମାନ ଅଭିମାନ

ସବୁ ଏଠି ମାୟା ମାୟାରେ ତ ବାୟା

    ଅମର ନୁହେଁ ପରାଣ

ଅନିତ୍ୟ ସଂସାରେ ସତ୍ୟ ଏକା ସେହି

   ଭକ୍ତପ୍ରିୟ ନାରାୟଣ ॥॥


ଗୁହ୍ୟତ୍ତମ ତତ୍ତ୍ବ ପାରିବୁରେ ବୁଝି

   ହୃଦୟ କରିଲେ ସରୁ

ବେଳ ଥାଉ ଥାଉ ଡାକ ମହାବାହୁ

    ସେହି ପରା ବିଶ୍ବଗୁରୁ

ରଖିଥାଅ ମନେ ରଖିଥାଅ ଧ୍ୟାନେ

   ଜାତସ୍ୟ ଧ୍ରୁବ ମରଣ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics