Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସେହି ଜଣେ ମୋର ସଖା

ସେହି ଜଣେ ମୋର ସଖା

1 min
190



ଦିଅ ଦିଅ ବୋଲି ସଭିଏଁ କହନ୍ତି- ନିଅ ନିଅ କହେ ଜଣେ,

କୁହ କୁହ ବୋଲି ସଭିଏଁ କହନ୍ତି- ଶୁଣ କହେ ସେହି ଜଣେ ।


ରୁହ ରୁହ ବୋଲି ସଭିଏଁ କହନ୍ତି-ଚାଲ ବୋଲି କହେ ଜଣେ,

ଖାଅ ଖାଅ ବୋଲି ସଭିଏଁ କହନ୍ତି- ଖାଆନ୍ତି ନାହିଁ ସେ ଜଣେ ।


କାନ୍ଦ କାନ୍ଦ ବୋଲି ସଭିଏଁ ଚାହାନ୍ତି-ହସାନ୍ତି ଆମକୁ ଜଣେ,

ମର ମର ବୋଲି ଅନେକ ଚାହାନ୍ତି-ବଞ୍ଚାଇ ରଖନ୍ତି ଜଣେ ।


ରଖ ରଖ ବୋଲି ସଭିଏଁ କହନ୍ତି-ନେଇଯାଅ କହେ ଜଣେ,

ଗପ ଗପ ବୋଲି ସଭିଏଁ କହନ୍ତି-ଜପ କହେ ସେହି ଜଣେ ।


ମୋର ମୋର ବୋଲି ସଭିଏଁ କହନ୍ତି-ତୋର ବୋଲି କହେ ଜଣେ,

ନାହିଁ ନାହିଁ ବୋଲି ସଭିଏଁ କାହନ୍ତି-ଅଛି କହେ ସେହି ଜଣେ ।


ଖୋଜ ଖୋଜ ବୋଲି ସଭିଏଁ କହନ୍ତି-ଖୋଜିଦିଏ ସେହି ଜଣେ,

ଦେଖ ଦେଖ ବୋଲି ସଭିଏଁ କହନ୍ତି-ଦିଶନ୍ତି ନାହିଁ ସେ ଜଣେ ।



Rate this content
Log in

Similar oriya poem from Classics