STORYMIRROR

Lina Mohanty

Romance

4  

Lina Mohanty

Romance

ସେଦିନ ରାତି

ସେଦିନ ରାତି

1 min
366

ଭିଜୁଥିଲୁ ଆମେ ଦୁହେଁ

ମନଭରି ସେ ବର୍ଷାରେ

ପ୍ରେମଭରା ଥିଲା

ସେଦିନ ରାତି,,


ଦେହ ବି ଭିଜୁଥିଲା

ମନ ବି ଭିଜୁଥିଲା

ଥିଲୁ ଆମେ ଦୁହେଁ

ଭାରି ପାଖାପାଖି ।।


ଭରୁଥିଲା ଶିହରଣ

ଛୁଆଁରେ ତାଙ୍କର

ଖୋଜୁଥିଲା ମନ 

ଆହୁରି ପାଖରେ,,


ଖୋଜୁଥିଲି ଖାଲି ଟିକେ

ବାନ୍ଧି ହେବା ପାଇଁ

ନିବିଡ ଭାବରେ

ତାଙ୍କ ବାହୁ ବନ୍ଧନରେ ।।


ଇଛା ହଉଥିଲା ଖାଲି

ନ ସରନ୍ତା ରାତି

ରୁହନ୍ତି ମୁଁ ପାଶେ ତାଙ୍କ

ମନ ଭରି ମୋର,,


ଡର ଲାଗୁଥିଲା ମୋତେ

ଥାଇ ଏତେ ପାଶେ

କରିବାକୁ ମୋ ଠୁଁ ତାଙ୍କୁ

ମୁହୂର୍ତ୍ତେ ବି ଦୂର ।।



Rate this content
Log in

Similar oriya poem from Romance