ସେବା
ସେବା
ସେବା କରିବାକୁ ଯେବେ ତୁମ ଇଛା
ଲୋଡ଼ା ହୁଏ ନାହିଁ ଧନ
ଇଚ୍ଛାଯଦି ଥିବ ସେବାକରିବାକୁ
ଲୋଡ଼ା ଗୋଟେ ଭଲ ମନ
ଦୃଢ଼ଇଛା ଥିଲେ ଉପାୟ ମିଳିବ
ସେବାଟିକେ କରିବାକୁ
ସେବାରେ ଚାଲିଛି ଏଇ ଦୁନିଆଟା
ପଚାରନ୍ତୁ ବନ୍ଧୁ ନିଜକୁ
ସେବା କରିବାକୁ ଯେବେ ଇଛା ତୁମ
ଲୋଡ଼ା ନାହିଁ ବଳବୟସ
ସେବା କରିବାକୁ ମନବଳ ଲୋଡ଼ା
ଲୋଡ଼ା ଟିକେ ମନେ ପ୍ରୟାସ
ଦୁନିଆଁ ରେ ଅଛି ଯେତେ ଯେତେ ଧର୍ମ
ସେବା ହିଁ ପରମ ଧର୍ମ
ଜୀବନରେ ଧର୍ମ କର୍ମ କରିଥିଲେ
ଲିଭିଜିବ ଅପ କର୍ମ