STORYMIRROR

ଗୁରୁଚରଣ ମହାକୁଡ଼

Children

3  

ଗୁରୁଚରଣ ମହାକୁଡ଼

Children

ସେବା ହିଁ ପରମ ଧର୍ମ

ସେବା ହିଁ ପରମ ଧର୍ମ

1 min
175

ସେବାହିଁ ଧର୍ମ ସେବା ହିଁ କର୍ମ ସେବା ହିଁ ପରମ ଧର୍ମ

ସେବା ବିନା ନାହିଁ ମୁକତି ର ମାର୍ଗ ଏଜୀବନ ଅନ୍ଧକାର ।


ସେବାରେ ନଥାଏ ଜାତି ଧର୍ମ ବର୍ଣ୍ଣ ନଥାଏ ତ ବାଛ ବିଚାର

ଉଚ୍ଚ ନୀଚ୍ଚ ନାହିଁ ମାନବ ଯତନ ସେବା ହିଁ ପରମ ଧର୍ମ ।


ମାନବ ର ସେବା ମାଧବ ର ସେବା ସମାଜରେ ବଳୁ ମନ

ପର ଦୁଃଖେ ଦୁଃଖୀ ପର ସୁଖେ ଶୁଖି ମିଶୁ ମୋର ମନ ପ୍ରାଣ ।


ନୁହେଁ ଗୋପ ବନ୍ଧୁ ନୁହେଁ ମୁଁ ଗାନ୍ଧିଜୀ ଜୀବନେ କର୍ତ୍ତବ୍ୟ ମୋର

ଭୋକିଲାପେଟ ରେ ଦେଇ ଦାନ ଅର୍ଣ୍ଣ ଶୋଷିଲା ଓଠ ରେ ଜଳ

ମୁଖରେ ଯେବେ ମୁଁହସ ଫୁଟାଇ ପାରିବି ହେବିମୁଁ ସେଦିନ ଧନ୍ୟ।


ଗରିବ କୁ ଦାନ ଦୁଃଖୀ କୁ ସହାୟରୋଗୀକୁ ଭରଷା ଦାନ

ସ୍ଵଚ୍ଛ ମନ ଭାବ ନିର୍ମଳ ହୃଦୟ ଉପକାର ପୁଣ୍ୟ ଫଳ ।


ମନ ରେ ନରହୁ ଗର୍ବ ଅହଂକାର ନରହୁ ଯେ ଘୃଣା ଭାବ

ସଭିଙ୍କୁ ସମ୍ମାନ ସ୍ନେହ ସଂସ୍କାର ଆଦରେ ସମାଜେ ନର ।


ନିସ୍ଵାର୍ଥ ରେ ସେବା କରିବା ଜୀବନେ ମନ ରେ ନାହିଁ ସଂକୋଚ

ସ୍ୱଚ୍ଛ ମନ ଭାବ କୋମଳ ହୃଦୟ ସେବା ରେ ଯାଉ ମୋ ପ୍ରାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children