STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଅଜାଙ୍କର ଦୋଳିଗୀତ

ଅଜାଙ୍କର ଦୋଳିଗୀତ

1 min
265


ବର୍ତ୍ତମାନ ଲୋକେ ଆକୱାଗାର୍ଡରେ

   ପାଣି ସଦା ପିଉଛନ୍ତି

ଚାଳିଶ ବରଷ ଅତିକ୍ରମ ବଡ଼

   କଷ୍ଟରେ ବିତାଉଛନ୍ତି।


ପୂର୍ବକାଳ ଲୋକେ ପଥର କୂଅରୁ

   ପାଣି ପିଉଥିଲେ ବୋଲି

ଶହେ ବରଷକୁ ବଞ୍ଚାଇ ନିଜର

  ମହା ହୃଷ୍ଟପୁଷ୍ଟ ଚାଲି।


ପୂର୍ବକାଳ ଲୋକେ ଘଣାପେଡା଼ ତେଲ

   ଖାଇକି ଶହେ ବର୍ଷକୁ

ବର୍ତ୍ତମାନ ଲୋକ ଡବଲ ଫିଲ୍ଟର

   ଖାଇକି ରୋଗ ଦେହକୁ।


ଗୋଟାଲୁଣ ଖାଇ ଶହେବର୍ଷ କାଳ

   ବଞ୍ଚିବା ନଜର କେତେ

ଟାଟା ଆୟୋଡି଼ନ ଯୁକ୍ତ ଲୁଣ ଆଜି

   ବେମାର ଯାହାକୁ ଯେତେ।


ଶାଳ,ନିମ୍ବ ଆଉ କରଞ୍ଜ କାଠିଟା

   ଦାନ୍ତକୁ ସତେକ ଆଗେ

ଏବେ କୋଲଗେଟ୍ ପେଷ୍ଟ ଦାନ୍ତକୁ

   ଦେଖ ପୋକଖାଏ ବେଗେ।


ଆଗକାଳେ ବୈଦ୍ଯ ନାଡି଼କୁ ଚିପିକି

   ପତର ଛେଚିକି ଦିଏ

ରୋଗ ଯଥାଶୀଘ୍ର ଭଲ ହେଉଥିଲା

   ଅର୍ଥ କି ଦର୍କାର ହୁଏ ।


ଏବେର କାଳରେ କେତେ ଯନ୍ତ୍ରପାତି

   ତଥାପି ରୋଗ ଧରିବା

ଧରିଲେ ବି ଅର୍ଥ ହଜାର ହଜାର

   ନ ହେଲେ ନିଶ୍ଚେ ମରିବା।


ଆଗକାଳେ ମାଆ ବାର କି ପନ୍ଦର

   ଛୁଆଜନ୍ମ କରୁଥିଲା

ଆଜିକାଲି ମାଆ ଗୋଟିଏ ଛୁଆବି

   ନକରି ମୃତ୍ଯୁକୁ ଭଲା।


ରଜ ପରବରେ ଅଜାଙ୍କର ଗୀତ

   କରିଲା ସଭିଙ୍କୁ କାବା 

ଦାଣ୍ଡ ମଝିଟାରେ ଶୁଣୁଥିଲେ ଯେତେ

   ପୂରା ନୀରବତା ଯୁବା।


ସତ୍ଯତ ଏଇଆ ପୂର୍ବକାଳ ଆଉ

   ବର୍ତ୍ତମାନ କାଳ ଦେଖ

ଫରକ ନିଶ୍ଚିତ ଘୋର କଳିକାଳେ

   ଅଜା କିନ୍ତୁ ମହାଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children