Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
185


ଶୁଣ ବନ୍ଧୁ ମୋର କାହାଣୀ ଶୁଣ

ସାଧାରଣତନ୍ତ୍ର ଗାଥାକୁ ଶୁଣ

ଘୋର ଲଢେଇରେ ବାଜି ମାରିଲେ

ଭାରତ ମାତାଙ୍କୁ ମୁକ୍ତ କରିଲେ

ଶାସନ ନଥିଲେ ଚଳେ କି ଦେଶ

ଆଇନ ହେଉଛି ଅମୋଘ ବାଣ ।

ଶୁଣ ବନ୍ଧୁ

ଲିପିବଦ୍ଧ ହେଲା ନୂଆ ଆଇନ

ମୁରୁଖ ଆଗରେ ମାଛି ଭିନ୍ନ ଭିନ୍ନ

ଖଟି ଖିଆ ପେଟେ ପଖାଳ ଲୋଡା

ଯିଏ ହେଉ ପଛେ ମନ୍ତ୍ରୀରେ ଛିଡା

ବିବିଧ ଆଇନ କାହାର ପାଇଁ

ଘରେ ଚାଳ ନାହିଁ ଉଡିଲା ଛଣ ।

ଶୁଣ ବନ୍ଧୁ

ଆସିଲେ ପଟେଲ ଚାଚା ନେହରୁ

ସରୋଜିନୀ ନାଇଡୁ ନଥିଲେ ଭୀରୁ

ଆମ୍ବେଦକର, ମୌଲାନ ଆଜାଦ୍

କଲେ ଯେତେ ଦୃଢ଼ ସଂକଳ୍ପ ବଦ୍ଧ

ଭାରତ ହୋଇଲା ରାଷ୍ଟ୍ର ମହାନ୍

ରୂପ ବଦଳାଏ ଆଇନ ଶୁଣ ।

ଶୁଣ ବନ୍ଧୁ

ସ୍ବାଧୀନ ହୋଇଲେ କି ହେବ ଲାଭ

ଆଇନ ନଥିଲେ ନାହିଁ ତା ଶୁଭ

ଚିନ୍ତା ଭାବନାକୁ ମାନସେ ରଖି

ରାଜନୀତିଜ୍ଞ ଯେ ଆଇନ ଯୋଖି

ସାଧାରଣତନ୍ତ୍ର ଦିବସ ପାଳି

ଗାୟନ କରିଲେ ଭାରତ ଗୁଣ ।

ଶୁଣ ବନ୍ଧୁ


Rate this content
Log in

Similar oriya poem from Inspirational