Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Children

3  

Sudeshna Pradhan

Children

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
125


ବରଷକେ ଥରେ ଜାନୁଆରୀ ମାସ 

     ଛବିସ ଆସଇ ଧାଇଁ 

ସାଧାରଣତନ୍ତ୍ର ଦିବସ ଭାବରେ 

    ପାଳିଥାଉ ଖୁସି ହୋଇ ||


ସାରା ଭାରତରେ ହୋଇଅଛି ଆଜି 

    ରଙ୍ଗ ବେରଙ୍ଗର ସଜା 

ଉଡାଉଛୁ ଆମେ ଜାତୀୟ ପତାକା 

    ବଜାଇ ବିବିଧ ବାଜା ||


କୁନି କୁନି ପିଲା ଭାଇ ଓ ଭଉଣୀ 

   ଜାତୀୟ ସଂଗୀତ ଗାଇ 

ପତାକାକୁ ଛୁଇଁ ପ୍ରଣାମ କରୁଛୁ 

   ଶାନ୍ତି ପ୍ରୀତି ମୈତ୍ରୀ ପାଇଁ ||


ପଚାଶ ମସିହା ଯାଇଛିରେ କହି 

   ଏ ଜାତିର କାନେ କାନେ 

ସାରା ପୃଥିବୀରେ ଭାରତ ମାତାର 

  ସମ୍ମାନ ଅକ୍ଷୁର୍ଣ୍ଣ ରହୁ ସ୍ଥାନେ ||


ପୂର୍ଣ୍ଣ ସ୍ୱାଧୀନ ସ୍ୱଚ୍ଛ ସମ୍ବିଧାନେ

   ସତ୍ୟ ଧର୍ମ ନ୍ୟାୟ ମାର୍ଗ  

ସର୍ବ ଧର୍ମ ଜାତି ସମାନ କରିଣ 

   ମନରେ କରିବା ଗର୍ବ ||


ସାଧାରଣତନ୍ତ୍ର ଲେଖି ସମ୍ବିଧାନ 

 ପ୍ରଣୟନ କଲେ ଦେଇ ଆହ୍ୱାନ 

ଜନତାର ହିତେ ଜନତାର କର୍ତ୍ତେ 

    ଜନତାର ନିମନ୍ତେ ||


ଭାରତ ମାତାର ସୁବୀର ସନ୍ତାନ 

  ମାତା ତୁମକୁ କୋଳେ ପାଇଣ 

ହୋଇଛି ମହାନ ହୋଇଛି ଧନ୍ୟ 

   ହେ ଡ଼ଃ. ଆମ୍ବେଦକର ||


ଆଜିର ଶିଶୁ କାଲିର ନେତା 

    ହୋଇ ଗଢିବା ଦେଶ 

ନଥିବ ମାନ ନାହିଁ ଅଭିମାନ 

    ନଥିବ ହିଂସା ଦ୍ୱେଷ ||



Rate this content
Log in

Similar oriya poem from Children