STORYMIRROR

Subhalaxmi Nayak

Children

3  

Subhalaxmi Nayak

Children

ରଜ ମଉଜ ୨୦୨୧

ରଜ ମଉଜ ୨୦୨୧

1 min
1.0K

"ନୂଆ ଜାମା, ନୂଆ ଚୁଡ଼ି, ନୂଆ ସଜବାଜ,

ବାପାଙ୍କୁ କହି ଆଣିଦେବି ଲୋ, ମୋ ଝିଅର ନୂଆ ରଜ।


ଠୁକୁରୁ ଠୁକୁରୁ ଛୋଟିଆ ପାଦରେ ପିନ୍ଧି ନାଲି ଅଳତା,

କେଡ଼େ ସୁନ୍ଦର ଦିଶୁଛି ତାର ଟିପିଟିପି କୁଙ୍କୁମ ଲଗା ମଥା।


ଭାଇକୁ ଦେଖି ସାରା ଆମର ହେଉଛି କେତେ ଫୁଲେଇ,

ଭାଇ କହୁଛି, "ପାଉଡର ମାଖି ରଙ୍ଗ ଦେଖାଏ କାଳି ବିଲେଇ"।


ପୋଡ଼ପିଠା ସାଙ୍ଗକୁ ନଡ଼ିଆ ରାଇ,

ମାଆ ଥୋଇଦେଲା ଥାଳି ସଜାଇ।


ଭାଇ ଭଉଣୀ ଦୁହେଁ ଝଗଡ଼ା ଛାଡ଼ି,

"ଖାଇଦିଅ ବେଗେ",କହିଲା ତାଗିଦ କରି।


ରଜପାନ ଖାଇ ରଜଗୀତ ଗାଇ,

ଦୋଳି ଖେଳିବ ଯାଅ ସାଙ୍ଗସାଥୀ ହୋଇ ।


ବରଷକେ ଥରେ ଆସିଛି ରଜ,

ତିନିଦିନର ଏ ରଜମଉଜ।


Rate this content
Log in

Similar oriya poem from Children