Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପିତା ଧର୍ମ ପିତା ସ୍ୱର୍ଗ

ପିତା ଧର୍ମ ପିତା ସ୍ୱର୍ଗ

1 min
709



ପିତା କଳ୍ପ ବଟବୃକ୍ଷ ଜୀବନ ଦ୍ୟୋତକ

ପିତା ସୂର୍ଯ୍ୟ ପ୍ରଭାଯୁକ୍ତ ଆଲୋକର ଉତ୍ସ ।


ପିତା ନିମ୍ବ ଉପକାରୀ ପାଦପ ଗୁଣକ

କଟୁତିକ୍ତ ରସାୟନ ପ୍ରାଣ ସୁରକ୍ଷକ ।


ପିତା ଧର୍ମ ବସୁଦେବ ଜନକ ପାଳକ

ବାସୁଦେବ ବ୍ରହ୍ମଦାରୁ ସନ୍ତାନ ପ୍ରତ୍ୟେକ ।


ବରପ୍ରଦ ପିତୃଲୋକ ପିତା ହିଁ ଈଶ୍ୱର

ପିତା ସ୍ୱର୍ଗ ବ୍ରହ୍ମା ବିଷ୍ଣୁ ପିତା ମହେଶ୍ବର ।


ପିତୃସେବା ମହାପୁଣ୍ୟ ପିତା ମହାତପ

ପିତୃଦେବ ସୁକଲ୍ୟାଣେ ମିଳେ ଶାନ୍ତି ସୁଖ ।


ପିତୃପ୍ରାଣ ପିତୃମୂଳ ମନ୍ତ୍ର ସଞ୍ଜିବନୀ

ଫଳଛାୟା ପ୍ରଦାୟକ ଶକତି ଜୀବନୀ ।


ବିକଶୁ ସ°ସାର ସାର ଜୀବନ ଆଦର୍ଶ

ପିତୃଗଣ ପରିତୋଷେ ପ୍ରକାଶୁ ଉତ୍କର୍ଷ ।

     


Rate this content
Log in

Similar oriya poem from Inspirational