STORYMIRROR

RUKEYA JABEEN

Children Stories

3  

RUKEYA JABEEN

Children Stories

ଆଜି ଏଇ ସାଧାରଣତନ୍ତ୍ର ଦିବସେ

ଆଜି ଏଇ ସାଧାରଣତନ୍ତ୍ର ଦିବସେ

1 min
706

ଆଜି ଏଇ ସାଧାରଣତନ୍ତ୍ର ଦିବସେ 

ମନେପଡେ ସେ ପିଲାବେଳ କଥା 

ଯେତେବେଳେ ଜଣା ନ ଥିଲା 

ସାଧାରଣତନ୍ତ୍ର ବା ଗଣତନ୍ତ୍ରର ମାନେ  

କେବଳ ମନରେ ଲୋଭ ଥିଲା  

ନୂତନ ପୋଷାକ ଜୋତା  ମୁଣ୍ଡଫିତାର  

ଆକାଂକ୍ଷା ଥିଲା ଧାଡ଼ି ବାନ୍ଧି ଗଳି ଗଳି ବୁଲିବାର  

ଜାତୀୟ ସଙ୍ଗୀତର ତାଳେ ତାଳେ ଝୁମିବାର  

ବିଦ୍ୟାଳୟ ପରିସରକୁ ଭାଷଣ ଅଭିଭାଷଣ ରେ 

କାଳଜୟୀ ଉଜାଗର କରି ରଖିବାର 

ପୁଣି ପ୍ରତିଯୋଗିତାରେ ବିଜୟୀ ହୋଇ 

ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର 

ଆଉ କିଛି ଚକୋଲେଟ ବିସ୍କୁଟ ସେଉବୁନ୍ଦି ପାଇବାର ।


ସେତେବେଳେ ଜାତି ଅଜାତିର ଅଙ୍କକଷାଠୁ ଦୂରେ 

ସରଳ ନିର୍ମଳ ଭାବନାର ଡେଣା ନେଇ 

ଉଡ଼ି ଉଡ଼ି ବନ୍ଧୁତ୍ୱର ବସା ବନୋଉଥିଲେ 

ଅବୁଝା ଅବୋଧ ଶିଶୁ ମନ ।


ଧୀରେ ଧୀରେ ସେଇ କୋମଳ ହୃଦୟ ଗୁଡ଼ିକ ଯେବେ 

ବୁଦ୍ଧି ବିବେକର ଶରଣାଗତ ହୋଇ  

ସମ୍ବିଧାନ ଓ ସାମ୍ବିଧାନିକ ରିତି ନିତିକୁ ବୁଝି 

ସାଧାରଣତନ୍ତ୍ରର ପ୍ରକୃତ ପରିଭାଷା ବୁଝିବାକୁ ଲାଗିଲେ  

ଭୁଲିବାକୁ ଲାଗିଲେ ପ୍ରଭାତ ପତାକା ଉତ୍ତୋଳନ 

ଭେଦ ଭାବ ଦୂରେ ପାସୋରି ମୈତ୍ରୀ କରଣ 

ବର୍ଣ୍ଣ  ଧର୍ମ  ଜାତି ନିର୍ବିଶେଷରେ ସଭିଏଁ ଏକ ହୋଇ 

ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରର ସନ୍ତାନ ସାଜି 

ଦେଶମାତୃକାର ସୁରକ୍ଷା ପାଇଁ ଆଗଭର ହେଉଥିବା  

ପାଦ ଗୁଡିକ ପଛଘୁଞ୍ଚା ଦେଇ  

ଫେରି ଯାଉଛନ୍ତି ନିଜ ନିଜ କୋଠରୀକୁ 

ଜାତିଆଣ ଭାବ ମୁଣ୍ଡ ଟେକିଛି ଆଜି  

ପ୍ରଭାବଶାଳୀ ଆଲୋଚ୍ୟର ବିଷୟ ହେଇ ।


ଆଉ ନାହିଁ ସେ ସାଧାରଣ ହୋଇ ରହିବାର ଆଶା 

ଜାତି ଧର୍ମ ବର୍ଣ୍ଣ ପଦ ପଦବୀ ସବୁଠି ଲୋଭର ନିଶା 

ନିଜକୁ ସର୍ବୋତ୍ତମ ବୋଲାଇବାର ଅଭିଳାଷା 

ପରସ୍ପରକୁ ହରେଇବାର ପ୍ରତିଦ୍ୱନ୍ଦ୍ୱିତାରେ ଛନ୍ଦା ପସା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍