Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସୁଯୋଗ କରନା ହାତଛଡା

ସୁଯୋଗ କରନା ହାତଛଡା

1 min
923



ଅନୁକୂଳ ସ୍ଥିତି  ସୁବିଧା ସୁଯୋଗ

   ଜୀବନେ ସୁଅବସର

ଆସଇ କ୍ୱଚିତ   କିଛିକ୍ଷଣ ପାଇଁ

   ମିଳେ ନାହିଁ ବାରବାର ।


ଅଭିଜ୍ଞ ମଣିଷ   ପରଖଇ ସ୍ଥିତି

   ଖଟାଏ ବିବେକ ଜ୍ଞାନ

ନିର୍ଘଣ୍ଟ କରଇ  ସ୍ଥାନ କାଳ ପାତ୍ର

   କର୍ମ କରେ ସମ୍ପାଦନ ।


ଗୁରୁ ଗୁରୁଜନ  ନୀତି ଉପଦେଶ

   ଦିଅଇ ଦିଗଦର୍ଶନ

ସୁପାତ୍ର ନିଶ୍ଚୟ  ହିତକର ମଣେ

   ସମ୍ମାନେ କରେ ଗ୍ରହଣ ।


ଆଳସ୍ୟ ବଶତଃ  ନକଲେ ଉଦ୍ୟମ

   ଉପଯୁକ୍ତ ସମୟରେ

ହାସଲ ହୁଏନି  ସୁବିଧା ସୁଯୋଗ

  ମଥା ଯେତେ ପିଟିହେଲେ ।


ମିଳେ ସହଯୋଗ  ଉତ୍ତମ ସମୟେ

   ଉଜ୍ଜ୍ୱଳ ଦିଶଇ ପଥ

ପ୍ରଚେଷ୍ଟା କରିଲେ  ସୈ।ଭାଗ୍ୟ ସୁଫଳ

    ଅବଶ୍ୟ ହୁଅଇ ପ୍ରାପ୍ତ ।


ଉନ୍ମୁକ୍ତ ପ୍ରଶସ୍ତ   ହୁଏ ଭବିଷ୍ୟତ

   ସମ୍ଭାବନାମୟ କର୍ମ

ହୁଏନା ସୁଯୋଗ  କେବେ ହାତଛଡା

   ସଠିକ ଯଦି ଉଦ୍ୟମ ।



Rate this content
Log in