STORYMIRROR

Jasoda Majhi

Children

3  

Jasoda Majhi

Children

ତଟିନୀ ସେ

ତଟିନୀ ସେ

1 min
952

ଜଳ ହିଁ ଜୀବନ ଜଳ ହିଁ ପରାଣ

ଜଳ ବିନୁ ଜୀବ ନିର୍ଜୀଵ ସମାନ

ଜଳର ଜନମ ଜୀବ ରକ୍ଷା ହିତେ

ସୁବିନିଯୋଗ ତା ' କରିବା ସମସ୍ତେ ll


ଚିରସ୍ରୋତା ଦୟାମୟ ମୟ

ତୃଷ୍ଣାକୁ ମେଣ୍ଟାଇ କରେ ସୁଖମୟ

ଜୀବର ହିତରେ ନିଜେ ହୋଇ କ୍ଷୟ

ସଭିଙ୍କୁ ଆଦରେ ଭାବି ତା ' ତନୟ ll


ବିରାଜମାନ ସେ ବସୁଧା ଅଙ୍କରେ

ଭରିଛି ଯେ ସନେ ଅମୃତ ପୟରେ

ବହି ଚାଲିଥାଏ ସଂଘର୍ଷ ପଥରେ

ପରିଶେଷେ ଯାଇ ମିଶେ ସମୁଦ୍ରରେ ll


ପାହାଡ଼ ପଡିଆ କୁସୁମ କାନନ

ସର୍ବତ୍ରରେ ଅଛି ତା'ର ଶ୍ରେଷ୍ଠ ସ୍ଥାନ

କର ନାହିଁ କେହି ଜଳ ଅପମାନ

ଜଳ ପରା ଅଟେ ଈଶ୍ୱରଙ୍କ ସ୍ଥାନ ll


ମନୁଷ୍ୟ ଶରୀରେ ନବ ଦଶ ଭାଗ

ଜଳ ବିନା ଦେହେ ସୃଷ୍ଟି ହୁଏ ରୋଗ

ଜଳ ସଂରକ୍ଷଣ ନିମନ୍ତେ ସଜାଗ

ନ ହେଲେ ଆସିବ ଭୁବନେ ଦୁର୍ଯୋଗ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children