STORYMIRROR

Chittaranjan Nanda

Abstract Inspirational Children

3  

Chittaranjan Nanda

Abstract Inspirational Children

ଆଜାଦ ହିନ୍ଦ୍ ର ହେ ମହାଯୋଦ୍ଧା

ଆଜାଦ ହିନ୍ଦ୍ ର ହେ ମହାଯୋଦ୍ଧା

1 min
549


ଭାରତୀୟ ଜ୍ୟୋତିଷ୍କ, 

ହେ ସୁଭାଷ ବୋଷ,

ଏ ମାଟିରେ ଜନ୍ମି, ଛାଡ଼ି ଯାଇଛ 

ତୁମର ବାସ।୧।


ଭୟ ତ ନଥିଲା କେବେ,

ତୁମ୍ଭ ମନ ମଧ୍ୟରେ 

କୀର୍ତ୍ତି ରଖି ଯାଇଛ ତ ଏ 

ସାରା ଧରାରେ।୨।


ତୁମ୍ଭ ଗୁରୁ ଗମ୍ଭୀର ଵଜ୍ର 

ସ୍ୱର ରେ

ଡାକିଲ ଦେଶବାସୀଙ୍କୁ ନମ୍ର 

ଭାବରେ ।୩।


ରକତ ଦିଅ, ତେବେ ସ୍ଵରାଜ୍ୟ 

ପାଇବ

ସ୍ୱାଧୀନତାର ମହୁ ତ ତୁମେ 

ଚାଖି ପାରିବ।୪।


ସେ ସୌରଭ ବିଛୁରିତ ହେଲା 

ଧରାରେ,

ଆଜାଦ ହିନ୍ଦ୍ ର ଫୌଜ ଗଢ଼ିଲ 

ମହୀରେ ।୫।


"ତୁମେ ରକ୍ତ ଦିଅ ମୁଁ ସ୍ବାଧୀନତା ଦେବି" 

ନାରା ଶୁଭିଲା,

ଦେଶକୁ ଆଜାଦ୍ କରିବା ସକାଶେ ଜନଗଣଙ୍କ

ନିଦ ହଜିଲା ।୬।


"ଏକଲା ଚଲୋ " "ଦିଲ୍ଲୀ ଚଲୋ"ସ୍ଲୋଗାନ

 ଥରାଇଲା ଲାଲକିଲ୍ଲା, 

ତୁମ ବାଣୀରେ ଦେଶର ସନ୍ତାନ ସନ୍ତତି 

"ପୂର୍ଣ୍ଣ ସ୍ବରାଜ" ମାଗିଲା ।୭।


ଅତ୍ୟାଚାରର ଲୌହ ଶିକୁଳିରୁ 

ମୁକତି ପାଇଁ

ସେ ଆହ୍ୱାନ ଉନ୍ମାଦିତ କଲା ଯୁବକ 

ପ୍ରାଣ ଦେଶର ପାଇଁ ।୮।


ତ୍ୟାଗପୂତ ଓ ଉତ୍ସର୍ଗ ଭାବନା, 

ସିଙ୍ଗାପୁର ବାର୍ତ୍ତାରେ,

ଶତ୍ରୁ ହୋଇଲେ ଭୀତତ୍ରସ୍ତ ବର୍ମା 

ବିରୋଧେ ରଣ ହୁଙ୍କାରେ ।୯।


"ଦିଲ୍ଲୀ ଚଲୋ" ନାରା ରକ୍ତେ ତାତି 

ଦେଲା ଭରି ;

ଦେଲେ "ଜୟ ହିନ୍ଦ୍" ଡାକ, ସାଜିଲେ 

ନେତାଜୀ ଆମରି ।୧୦।


ସେହି ଅଗ୍ନିସ୍ଫୁଲିଙ୍ଗର ବାଣୀ ଗଢିଲା 

ଶକ୍ତି, ମାଆ ମନରେ

ଗଢା ହେଲା ଫରୱାର୍ଡ ବ୍ଲକ୍ ନାରୀ 

ରେଜିମେଣ୍ଟ ନାମରେ ।୧୧।


ହେ, ବୀର ସନ୍ତାନ, ଉଭାନ ହୋଇଲ 

ମିଳୁନି ତୁମ ଖବର, 

ହେ, ମୁକ୍ତି ସଂଗ୍ରାମର ସଂଗ୍ରାମୀ, ତୋତେ

 ଖୋଜୁଛି ମାଟି ମା ମୋର।୧୨।


ଯିଏ ଜଳି ଥିଲା ଦେଶ ପ୍ରେମ ମନ୍ତ୍ରେ,

କିଛି ଲୋକ ରଖି ନାହାନ୍ତି ମନେ,

ସ୍ଲୋଗାନ ମଧ୍ୟରେ ରଖି, ଲୋକଙ୍କୁ ଠକି 

ଚାଲିଛନ୍ତି ମନେ ମନେ ।୧୩।


ତୁମ ଗୌରବ ଗାରିମାକୁ ଝୁରୁଛନ୍ତି ସମଗ୍ର 

ଦେଶପ୍ରେମୀ ଭାରତବାସୀ, 

ହେ ନେତାଜୀ, ଅତ୍ୟାଚାରୀର ଶାସନ ଚାଲିଛି, 

ସଂଗ୍ରାମୀ ସାହାସ ଦିଅ ହେ ଆସି ।୧୪।


 ଆଜି ନେତାଜୀଙ୍କର ପୁଣ୍ୟ ଜନ୍ମ ତିଥିରେ, ସେହି ମହାନ ବ୍ୟକ୍ତି ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract