STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ରେବତୀ ଓ ରେବତୀମାନେ

ରେବତୀ ଓ ରେବତୀମାନେ

1 min
209

ରେବତୀ ଜନ୍ମବେଳା ନିଶ୍ଚୟ ଶୁଭ 

ନିଜେ କାହାଣୀ ହୋଇ ବାସ୍ତବତା ଗଢିଦେଇ 

ନାରୀଙ୍କୁ ପିନ୍ଧେଇଲା ମଣି କୌସ୍ତୁଭ 

ସଭିଏଁ ପଢିଲେ ସଭିଏଁ ବଢିଲେ ହିଁ ହେବ 

ସମାଜର ହିତ ଓ ହିତ୍ରୈଷି ରେବତୀ ଏକ ପଦ୍ମ 

ଆଣିଦେଲା ବିପ୍ଳବ ଓ ବୈପ୍ଲବିକ ଚିହ୍ନ 

ନାରୀ ଆଜି ସବୁ କ୍ଷେତ୍ରେ ଉଜ୍ଜଳ ତାରକା ସମାନ 

ରେବତୀର ମୃତ୍ୟୁ ସଭିଙ୍କୁ କଲା ସଚେତନ 

ନାରୀଙ୍କର ସ୍ବପ୍ନ ସାର୍ଥକ,ଭରି ସମ୍ବେଦନ,ନାହିଁ ଦହନ 

ଫକୀରମୋହନ ସେନାପତିଙ୍କ ମାନସପୁତ୍ରୀ ରେବତୀ 

ଆଣିଦେଲା ସମାଜରେ ଲେଖନୀର କିର୍ତ୍ତୀରାଜି ସ୍ତମ୍ଭ 

ରେବତୀର ଜନ୍ମ ଶତବାର୍ଷିକୀ ଜୟ ଜୟ ଧନ୍ୟ ଧନ୍ୟ 

ରେବତୀମାନେ ଆଜିବି ନିଷିଦ୍ଧ ଇଲାକାରେ ବିଦ୍ୟମାନ 

ମୁକ୍ତି ଦେବାପାଇଁ ରେବତୀ ହିଁ ଏକମାତ୍ର ସମ୍ମୋହନ 

ନାରୀଶିକ୍ଷା ପାଇ ଯୌତୁକଜୁଇରୁ କାଢ଼ିନେଇ 

ରେବତୀମାନଙ୍କ ଦୁର୍ଦ୍ଦିନରେ ସହାୟହୋଇ 

ରେବତୀ, ଜରଦଗବ ବଦଳେ ସମ୍ଭାବନା ସମ୍ପର୍ଣ୍ଣ 

ମୁକ୍ତି ଦେବାପାଇଁ ନିଜକୁ ନିଜର ସଂସ୍କରଣ ପୁନ୍ନଜନ୍ମ 

ଧର୍ଯ୍ୟ ସହାନୁଭୂତି ସହନଶୀଳତା ହେଉ ଜାତିଗୋତ୍ର 

ରେବତୀ ଭିତରେ ପ୍ରୟାସର ନିରବିଛିର୍ଣ୍ଣ ସ୍ରୋତ 

ଧୀରେ ଧୀରେ ଆଲୋକ ଆଡକୁ ଅଗ୍ରସରି 

ନୂତନତ୍ବ, ରେବତୀମାନଙ୍କ ହାତେ ଦେବାପାଇଁ 

ରେବତୀ ଆଜିବି ଜଳି ଜଳି ଆହ୍ୱାନ କରେ 

ରେବତୀମାନେ ହୁଅ ଯତ୍ନବାନ,ସଂସ୍କୃତି ସୁରୁଚି ସମ୍ପର୍ଣ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract