STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ଅପମାନ

ଅପମାନ

1 min
1.5K

ଅପମାନ ଭାରି ଅସମ୍ମାନ 

କାହାକୁ ଦିଅନା କାହାଠୁ ନିଅନା 

ମନରେ କେବଳ କର୍ମଚେତନା 

ଭଲ କର୍ମ ଆଣେ ଭଲ ଫଳ 

ତଥାପି ଅସହିଷ୍ଣୁ ଏ ଜମାନା 

ସଭିଙ୍କୁ ଭଲପାଇ ନିଜର କରିନେଇ 

ସୁସମ୍ମାନ ଦେଲେ ମିଳିବନି ଯାତନା 

ସବୁ ଧର୍ମ ସବୁ ଭାଷା କୁ କରି ବନ୍ଦାପନା 

ଜି ଯିବା ଏ ଦୁନିଆଁ ବୁଝୁ ନବୁଝୁ ବେଦନା

 ଇସ୍ତାହାର ହେଉ ସର୍ବ ସଂସ୍କୃତି ପରମ୍ପରା ରେ ସଂହତି 

ଭୂଲନା ଭାଇଚାରା ହିଁ ସ୍ଲୋଗାନ ସାମିଆନା 

ତୁଚ୍ଛା ଏ ଅପମାନ ନିର୍ଯ୍ୟାତନା 

ଭଲ କର୍ମ କରି ଭଲ ମଣିଷ ହେବାରେ 

ଅପମାନ ମିଳେ ଏ ସଂସାର ଯେହେତୁ ନୀଚ୍ଚମନା 

କର୍ତ୍ତବ୍ୟ କର୍ମକୁ ଆପଣାର କରୁ କରୁ 

ଜୀବନେ ନୂତନ ସମ୍ଭାବନା 

ଅପମାନ ଦୂରେ ଫିଙ୍ଗି ଦେଇ ହୋଇଯିବା ଉଚ୍ଚମନା 

ନହେବା ଅଵିଵେକୀ ନରଖିବା ଦୁର୍ଭାବନା 

ଉଦ୍ୟମ ରଖିଥିବା ଜାରି କରିବାକୁ ନୂତନ ସମ୍ଭାବନା 

ଅପମାନ ପାଇ ଚନ୍ଦନେ ଧୋଇଦେଇ 

ଆଗକୁ ବଢିବାର ଉଦ୍ଦୀପନା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational