STORYMIRROR

Dharitri Das

Children Stories

3  

Dharitri Das

Children Stories

ସାଧାରଣତନ୍ତ୍ର ଦିବସେ

ସାଧାରଣତନ୍ତ୍ର ଦିବସେ

1 min
196

ଆଜି ଏ ସାଧାରଣତନ୍ତ୍ର ଦିବସେ

ଜାତୀୟ ପତାକା ଉଡ଼ାଇ ହରଷେ।


ଗ୍ରାମରୁ ସହର ସଭିଏଁ ମଜନ୍ତି

ଜାତୀୟ ସଙ୍ଗୀତ ତାଳରେ ଗାଆନ୍ତି।


ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି

ବର୍ଣ୍ଣନା କରନ୍ତି ଆବେଗରେ ମାତି।


ସ୍ଳୋଗାନରେ କମ୍ପିଉଠେ ଏ ଧରିତ୍ରୀ

ଗର୍ବରେ ଫୁଲି ଉଠଇ ଆମ ଛାତି।


ହେଲେ ସବୁ ସାଜଇ ଭାଷଣ ବାଜି

ପରଦିନ ଭୁଲନ୍ତି ସ୍ୱାର୍ଥରେ ମଜ୍ଜି।


ସୁରକ୍ଷିତ ନୁହେଁ ଶିଶୁକନ୍ୟା ଏଠି

ଲଜ୍ଜାର ଶିକାର ହୁଅଇ ସବୁଠି ।


ଆଉ କାହା କଥା କହିବି ଆଉ

ସବୁ ବାହାସ୍ଫୋଟ ଚୁଲିକୁ ଯାଉ।


ଏବେବି ସ୍ଵାଧୀନ ନୁହଁଇ ମଣିଷ

କହିବାଟା ମୋର ନୁହଁଇଟି ଦୋଷ।


ସଚେତନ ହୁଅ ଦେଶ ନାଗରିକ

ଟଳି ଯିବ ଦେଶୁ ଦୁଃଖ ଦୁର୍ବିପାକ।


ସୁରକ୍ଷିତ ହେବେ ଛୋଟ ଛୋଟ ଶିଶୁ

ଲଜ୍ଜା ଦୂର ହୋଇବ ଆମରି ଦେଶୁ।


ତେବେ ଯାଇ ସ୍ଵାଧୀନ ବୋଲି ଭାବିବା

ଭାରତର ଟେକ ଆମେ ଯେ ରଖିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍