STORYMIRROR

Sudeshna Pradhan

Abstract Inspirational Children

3  

Sudeshna Pradhan

Abstract Inspirational Children

ଜୟ ସୁଭାଷ

ଜୟ ସୁଭାଷ

1 min
192


ଦେଶ ମୋ ଭାରତ ଜଗତେ ବିଖ୍ୟାତ

   ତୁଳନା ଯାହାର ନାହିଁ

ଜାତି, ଧର୍ମ,ବର୍ଣ୍ଣ  ସମନ୍ୱୟ ଭାବ

    ଏକାଠି ରହିବେ ଯହିଁ        ||


ଜାନକୀ ନାଥ  ପ୍ରଭାବତୀ ଦେବୀ

    କଟକ ମାଟିର ପୁତ୍ର

ଇଂରେଜ ସେନାକୁ ନାଶ କରିବାର

    ବାହାର କରିଲ ସୂତ୍ର        ||


ଭାରତ ମାତାର କଷଣ ଦୁର୍ଦ୍ଦଶା

 ଦେଖିକି ହୋଇଲ ଦୁଃଖୀ

ଭୟକୁ ତେଜୀ ଯୁଦ୍ଧରେ ବିଜୟ

  ହୋଇଗଲା ମାଆ ଖୁସି       ||


ଦିଅ ମୋତେ ରକ୍ତ ଦେବି ସ୍ୱାଧୀନତା

   ଦେଲ ଯେ ତୁମେ ସ୍ଲୋଗାନ

ଗଢ଼ିଲ  ଆଜାଦ  ହିନ୍ଦ  ଫଉଜ

   ଦିଲ୍ଲୀ ଚାଲ୍ଲୋର ଆହ୍ୱାନ      ||


ପର ଉପକାର ଦେଶ ମାତୃକାର ସେବା

    କରିଲ ନିର୍ମଳ ମନେ

 ଅମର ହୋଇ ରହିଛି ଏ ନାମ

    ଜଗତର ପ୍ରତି ସ୍ଥାନେ      ||


ମହତ୍ତ୍ୱର ଗୀତ ଗାଏ ଏ ଭାରତ

  ସର୍ବେ ଅଟ ସମନ୍ୱୟ

ସ୍ୱାଧୀନ ଭାରତେ ତୁମ୍ଭ ବଳିଦାନ

  ହୋଇଲା ଦେଶର ଜୟ      ||


ଆମର ଗୌରବ ନେତାଜୀ ସୁବାଷ

  ସବୁଠି ବିଖ୍ୟାତ ତୁମ୍ଭରି ଜୟ

ସବୁ ଭାରତୀୟ ମନେ ଗୋଟିଏ ପ୍ରଶ୍ନ

କେଉଁଠି, କେମିତି ଲଭିଲ ମହାପ୍ରଣୟ  ||



Rate this content
Log in

Similar oriya poem from Abstract