Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

3  

Amarnath Barick

Children

ଚାଲ ଯିବା ବୁଲି ଶୀରିମନ୍ଦିର

ଚାଲ ଯିବା ବୁଲି ଶୀରିମନ୍ଦିର

1 min
132



 

କୁନା ମୁନା ରୀତା ସୀତା ସମୀର

ଚାଲ ଯିବା ବୁଲି ଶୀରିମନ୍ଦିର

ଦେଖିବା ସେଠାରେ ତିନି ଦିଅଁକୁ

ଧଳା କଳା ହଳଦିଆ ମୁଖକୁ ।


ଧଳା ରଙ୍ଗେ ବଳଦେବ ଅଟନ୍ତି

କଳା ରଙ୍ଗ ଜଗନ୍ନାଥ ବୋଲନ୍ତି

ହଳଦିଆ ବେଶେ ସୁନା ଭଉଣୀ

ଢ଼ାଳୁଛନ୍ତି ବସି କୃପା ଚାହାଣୀ ।


ଶୀରିକ୍ଷେତରରେ ତିନୋଟି ଫୁଲ

କିଏ ସେ ହୋଇବ ତାଙ୍କରି ତୁଲ

ପତିତ ପାବନ ନାଲିଆ ନେତ

ଉଡ଼ୁଛି ଦେଖିବା ଆମେରେ ମିତ ।


ଦରିଆ କୂଳରୁ ବୁଲି ଆସିବା

ଅବଢ଼ା ଡ଼ାଲିକୁ ତୁଣ୍ଡେ ମାରିବା

ବାଇଶି ପାହାଚେ ଆସିବା ଗଡି

ଗରୁଡ଼ ଖୁମ୍ବକୁ ଧରିବା ଭିଡ଼ି ।


ନରେନ୍ଦ୍ର ଜଳରେ ବୁଡ଼ ପକାଇ

ଆସିବା ସଭିଏଁ ନିର୍ମାଲ୍ୟ ପାଇ

ବଡ଼ଦାଣ୍ଡ ରେଣୁ ହୋଇବା ବୋଳି

ଜଗା ନାମ ଗାଇ ମାରିବା ତାଳି ।


ଆସ ପିଲାମାନେ ଅତି ସ୍ନେହର

ଆସ ଯିବା ବୁଲି ଶୀରିମନ୍ଦିର

କାଳିଆ ନନାର ମହାପ୍ରସାଦ 

ଖାଇଲେ ପରାଣ ହେବ ଆମୋଦ ।



Rate this content
Log in

Similar oriya poem from Children