Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Children

4  

Niranjan Mishra

Children

ପିଲାଙ୍କ ପ୍ରଶ୍ନ

ପିଲାଙ୍କ ପ୍ରଶ୍ନ

1 min
405



ରେଳଗାଡିଟିଏ ଛୁକ୍ ଛୁକ୍ ହୋଇ

ଯାଉଅଛି ଗଡି ଗଡି ।

ପିଲାଏ ଦେଖିଲେ ପ୍ରଶ୍ନ ପଚାରିଲେ

କିଏ ଗଢିଲା ଏ ଗାଡି ।।

ବସିଲେ ରେଳରେ ପିଲାମାନେ ଯେବେ

ଗାଡି ଧାଇଁଲା ଆଗକୁ ।

ପିଲାଏ ଦେଖିଲେ ଗଛ ଗାଡି ଘୋଡା

ସବୁ ଧାଇଁଲେ ପଛକୁ  ।।

ପଚାରିଲେ ପିଲେ ଆମେ ତ ଦେଖିଲୁ

ଗଛ ଗାଡି ଘୋଡାମାନେ ।

ପଛକୁ ଧାଇଁଲେ ରେଳ ଧାଉଁଥିଲା

ଆଗକୁ କହ କେସନେ  ।।

ରେଳ ଗଡିଗଲା ଆଗକୁ ଆଗକୁ

ଆଗରେ ସେ ଠିଆ ହେଲା ।

ଗଛ ଗାଡି ଘୋଡା ଧାଉଁଥିଲେ ସବୁ

କୁଆଡେ କିଏ ସେ ଗଲା ।।

ଜହ୍ନମାମୁଁ ବୋଲି କହନ୍ତି ଯାହାକୁ

କେଉଁଠାରେ ତାଙ୍କ ଘର ।

ଦିନରେ କୁଆଡେ ଯାଉଛନ୍ତି ସିଏ

ଦିଅ ଏ ପ୍ରଶ୍ନ ଉତ୍ତର ।।

ସୁରୁଜ ଦିନରେ ଦେଖାଯାଉଛନ୍ତି

ରାତି ହୋଇଗଲେ ସିଏ ।

କେଉଁଠି ରହନ୍ତି କଅଣ କରନ୍ତି

ଏ ଉତ୍ତର ଦିଅ କିଏ  ?

ଘଡଘଡି ମେଘ କିଆଁ ସିଝାଉଛି

ମାରେ କିଆଁ ଚଡଚଡି ।

ବିଲୁଆ ପାଟିରେ ନିଆଁ ଦିଶେ କିଆଁ

ପକାଇଲେ ସିଏ ରଡି ।।

କେତେ ପ୍ରଶ୍ନ ସବୁ ପଚାରନ୍ତି ପିଲେ

ଆସେ ଯା ତାଙ୍କ ମନକୁ ।

ଉତ୍ତର ସବୁ ଏ ପ୍ରଶ୍ନର କହିବ

ଆସୁଛି ଯାହା ତୁମକୁ ।।


Rate this content
Log in

Similar oriya poem from Children