STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଉଠ ଧନ ଗେହ୍ଲା ଗଧ

ଉଠ ଧନ ଗେହ୍ଲା ଗଧ

1 min
318


ଦେଖିଲି ରାତିରେ ଅଜବ ସପନ 

ଚଢିଛି ମୁଁ ପାଟହାତୀ

ପାରିଧି ବିଜୟେ ଯାଉଛି ବନକୁ

ହାତୀ ଯାଉଅଛି ଥକି ।

ଢୁଳାଉଛି ବସି ବିଚରା ମାହୁନ୍ତ 

ଗଡି ଗଡି ଯାଏ ବେଳ

ବସି ହାତୀ ପୃଷ୍ଠେ ଚିତ୍କାର କରି ମୁଁ

ଆଦେଶ ଦେଲି ତତ୍କାଳ ।

ବେଗି ବେଗି ହାତୀ ଚଳାଅ ମାହୁନ୍ତ 

କୋରଡ ପାଶ ଅଙ୍କୁଶ 

ଗନ୍ତବ୍ୟ ଆମର ମୃଗୟା ବିହାର

ଦୂର ଏବେ ଦୁଇ କୋଶ ।

କିଛି ବାଟ ଗଲେ ପଡିବ ଆଗକୁ

ଉଦ୍ୟାନ ବେଣ୍ଟ ପୋଖରୀ

ପିଇବା ସେଇଠୁ ସୁଶୀତଳ ଜଳ

ସ୍ନାନ ଶୌଚ ଦେବା ସାରି ।

ଖଞ୍ଜେ ଗୋଡ ଠେସି ପାଶ ଫଟକାରି

ମାହୁନ୍ତ ଦେଲା ନିର୍ଦ୍ଦେଶ 

ଶୁଣ୍ଢକୁ ଲମ୍ବାଇ ଦୁଇ ଗୋଡ ଟେକି

ହାତୀ ବେଗ ଅଣଚାଶ ।

ବଡ ଖୁସି ହୋଇ ସାବାସ ମାହୁନ୍ତ 

ଚାଲ ହାତୀ ମୋର ସାଥି

ତାଳି ମାରି ସ୍ବପ୍ନେ କହୁଥିଲି ମୁହିଁ

ଶୁଭିଲା ମାଆର ପାଟି ।

ରାତି ପାହି ବେଳ ଘଡିଏ ହେଲାଣି

ବାବୁଙ୍କ ଭାଙ୍ଗୁନି ନିଦ

ବାପା ମୋର ଆସି ଯିବକି କଲେଜ

ଉଠ ଧନ ଗେହ୍ଲା ଗଧ ।

   


Rate this content
Log in

Similar oriya poem from Inspirational