Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Others Children

4  

Arjuni charan Behera

Others Children

ଆସିଲା ମାଡ଼ି ବରଷା ଝଡ଼ି

ଆସିଲା ମାଡ଼ି ବରଷା ଝଡ଼ି

1 min
253



ଆସିଲା ମାଡ଼ି ବରଷା ଝଡ଼ି

  ଶ୍ରାବଣ ମାସ ପରା l

ଜଳଦ ମାଳ ଘୋଟି ପ୍ରବଳ

  ନପଡ଼େ ତଳେ ଖରା ll

ଘୋର ଶବଦେ ପ୍ରବଳ ନାଦେ

  ବରଷି ଯାଏ ମେଘ l

ଆହା କି ତୋରା ଉଡ଼ନ୍ତି ପରା 

   ମାଳକୁ ମାଳ ବଗ ll

ଜୀମୂତ ଦେହେ ଚପଳା ଶୋହେ

   ମୟୂର ନାଚେ ବନେ l

ହରି ଭକତେ ମାୟା ତ୍ୟକତେ 

  ଭୂଜକୁ ତୋଳି ଯେହ୍ନେ ll

ଭେଦି କିଆରୀ ବୋହୁଛି ବାରି

   ତଡ଼ାଗ ନଦୀ ପୁରି l

ରୁଆ ବେଉସା କରନ୍ତି ଚଷା

   ପଖିଆ ମୁଣ୍ଡେ ଧରି ll

ନ ଯିବ ମନୁ ଶ୍ୟାମଳ ତନୁ

   ଗିରି କାନନ ଶୋଭା l

ଧରଣୀ ରାଣୀ ସୁନ୍ଦର ଠାଣି

   ନୀଳ କୁନ୍ତଳ ଗଭା ll

ବାଘ ନିଶକୁ ହନାଲା ଆଉ

   ପଡ଼ିଛି ଶକ୍ରଚାପ l

ଇନ୍ଦିରା ତନୁ ଇନ୍ଦର ଧନୁ 

  ସପତ ରଙ୍ଗ ଛାପ ll

ମନ୍ଦ୍ର ନିସ୍ୱନେ ଅଶନୀ ସ୍ଵନେ 

  କଦମ୍ବ ବନେ ଫୁଟି l

କଦମ୍ବ ବନ୍ଧୁ କଦମ୍ବ ପ୍ରୀୟେ

  ଦେଉଛି କିବା ଭେଟି ll

ପୂରୁବ ଦିଗେ ପଡ଼ିଛି ଖଣ୍ଡି

  ଭସାଇ ଦେବ ହାଣ୍ଡି l

ଲହ ଲହକା କୁଆ ମଣିତା

   ଉଠଇ ଡାଳ ଉଣ୍ଡି l

ହରି ଶୟନେ ଶୋଇଲେ ହରି 

  ବରଷା ମାସ ଚାରି l

ଶସ୍ୟସମ୍ପଦେ ଶୋଭିତ ମହୀ 

  ବରଷା ଯିବ ଫେରି ll

ବରଷା କାଳେ ଜନ୍ମିଲେ ହରି 

   କୁଆଁ ରାବକୁ ଦେଇ l

ହରି ତାଳିକା ଗଣେଶ ପୂଜା

  ଉତ୍ସବେ କମ୍ପେ ମହୀ ll

ଉତ୍ସବ ବୁଣି ଉଭା ହେଲେଣି 

   ଖୁଦୁରୁକୁଣୀ ମାତା l

ମେଘ ଟଳିବ ଶରଦେ ପୂଜା 

   ମାଆ ଅପରାଜିତା ll

ଧନ୍ୟ ଈଶ୍ୱର ଲୀଳା ତୁମ୍ଭର 

    ଖଞ୍ଜିଛ ଋତୁଚକ୍ର l

ଯାଆନ୍ତି କରି କାର୍ଯ୍ୟ ସବୁରି 

  କେବେହେଁ ନୋହି ବକ୍ର ll

    


Rate this content
Log in