STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଶ୍ରୀକୃଷ୍ଣଚନ୍ଦ୍ର ସ୍ମରଣେ

ଶ୍ରୀକୃଷ୍ଣଚନ୍ଦ୍ର ସ୍ମରଣେ

1 min
288


ହେ ଗଜପତି ଶ୍ରୀକୃଷ୍ଣଚନ୍ଦ୍ର, ନୂତନ 

କୀର୍ତ୍ତିମାନ କଲ ସ୍ଥାପନ

ଶିକ୍ଷା, ସାହିତ୍ୟ, ଭାଷା, କଳା ଓ 

ସଂସ୍କୃତି ସମସ୍ତରେ ଜାଣ ।୧।


ଯଶ କୀର୍ତ୍ତି ମଧ୍ୟ ରଖିଗଲ କୃଷି, 

ଗମନାଗମନ କ୍ଷେତ୍ରରେ,

ଉତ୍କଳର ଶିଳ୍ପ, ବାଣିଜ୍ୟ ଓ ଜଳ

ସେଚନ ପ୍ରଭୃତିରେ ।୨।


ରାଜକୁଳେ ହୋଇଣ ଜନମ, କାଟି

ଥିଲ ସରଳ ଜୀବନ, 

କେତେ ଜଣଙ୍କ ଠାରେ ପାଇବା କୁହ 

ଏହି ଦିବ୍ୟଞାନ ।୩।


ଜାଗି ଉଠିଲା ଓଡ଼ିଆ ଜାତିର ପ୍ରୀତି,

 ତୁମ ଯୁବମତିରେ

ହୋଇଗଲ ପରା ମଦମତ୍ତ, ଆମର

 ଜାତୀୟ ଚେତନାରେ ।୪।


ଦେଇ ଚାଲିଲ ପ୍ରୋତ୍ସାହନ, ଶିକ୍ଷା 

ଓ ସଂସ୍କୃତି କ୍ଷେତ୍ରରେ 

କେତେ ଜଣଙ୍କ ଠାରେ ପାଇବା ଏହି 

ଗୁଣ ସବୁ କୁହ ଭାଇରେ ।୫।


ଜୀବନୁ ତ୍ୟାଗ କରିଲ ସରବ ରାଜକୀୟ 

ବିଳାସ ବ୍ୟସନ, 

ତବ ଜୀବନର ବ୍ରତ ହେଲା, ଦେଇଥିବା 

ପ୍ରତିଶ୍ରୁତିର ପାଳନ ।୬।


ସାହିତ୍ୟ ସମାଜ ପାଇଁ, ଯୋଗାଇ 

ଥିଲ ତ ରାଶି ବିପୁଳ 

ବ୍ରତ ରହିଲା ହେ କୃଷ୍ଣଚନ୍ଦ୍ର, ତୁମର 

ଜନଗଣ କଲ୍ଯାଣ ।୭।


ଧନ୍ୟ ଧନ୍ୟ କୃଷ୍ଣଚନ୍ଦ୍ର, ସୃଷ୍ଟି କଲ କେତେ 

କବି ଲେଖକ ମାନ, 

ତମ ଚେଷ୍ଟାରେ ହୋଇଲା ଉଡ୍ର ଦେଶେ 

ବହୁ ଗ୍ରନ୍ଥ ପ୍ରକାଶନ ୮।


ଭାଷା, ସାହିତ୍ୟ, କଳା ଓ ଚାଷ କ୍ଷେତ୍ର

ରେ କରିଲ ଉନ୍ନତି,

ଜୀବନକୁ କଲ ଧନ୍ୟ ସର୍ବଦା ସତ୍ କର୍ମ

ରେ କରି ଗତି ।୯।


ଓଡିଶାରେ ଉଣେଇଶ ଛତିଶ ସାଲ, 

ଅପ୍ରେଲ ପହିଲା ଦିନ 

କଟକରେ ରେଭେନ୍ସା କଲେଜ ହଲ 

ହୋଇଲା ଉଦ୍ଘାଟନ |୧୦|


ହେ ଶ୍ରୀକୃଷ୍ଣଚନ୍ଦ୍ର ତମର ସେହି ଜାତୀୟ 

ଚେତନାର କର୍ମପଥ, 

ଆଗାମୀ ଦିନ ନୂତନ ଯୁବ ଶକ୍ତିକୁ କରିବ 

ନିଶ୍ଚିତ ମଦମତ୍ତ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational