STORYMIRROR

SUKANTA KHANDA

Children

4  

SUKANTA KHANDA

Children

ବର୍ଷାର ଅପୂର୍ବ ଅନୁଭବେ

ବର୍ଷାର ଅପୂର୍ବ ଅନୁଭବେ

1 min
293


ବଇଶାଖ ଝାଞ୍ଜି ଆଉ ଗୁଳୁଗୁଳି

   ପାଇଁ ମନ ଘରେ ନାହିଁ

ଝାଳରେ ଝାଳରେ ଭିଜିକି ଆଈ ମୋ'

   ନିଇତି ଗାଧାଏ ଯାଇ।୧

ସିଝି ଯାଉଥିଲା ହାଡ଼ ଓ ମାଉଁସ

   ଫୁଟୁଥିଲା ଟକମକ

ବିକଳ ମନରେ କାନ୍ଦୁଥିଲା ବସି

   କିଏ ପାର ଆସି ରୋକ?୨

ଆଈଙ୍କର ଏକ କେଇଦିନ ହେଲା

   ମୋଟେ ହେଉ ନାହିଁ ଯମା

ଝାଳରେ ସବୁ ହିଁ ବାହାରିବା ସହ

   ଯିବକି ଏଇଲେ କୋମା?୩

ହଠାତ ଆକାଶୁ ବରଷା ଝରିଲା

   କ୍ଷଣକରେ ଖାଲ ଢିପ

ପାଣିରେ ବୁଡି଼କି ସମତୁଲ ହେଲା

   ଆହା ସମୁଦର ରୂପ।୪

ଆଈଙ୍କର ଦେହ ଶୀତଳ ହୋଇଲା

  ବଞ୍ଚିବାର ନିଶା ଆଜି

ଦଉଡି଼କି ଯାଇ ଦେଖିଲା ବରଷା

   ଆଉ ଯିବ ନାହିଁ ଭାଜି।୫

ଇଦିରଙ୍କୁ ଦେଲା କୋଟି ଧନ୍ଯବାଦ

   ଜୁହାରେ ଭକତି ଥୋଇ

ଅନନ୍ତ ଆଶାରେ ଆଖିରୁ ତକ୍ଷଣେ

   ଆନନ୍ଦେ ଦେଲା ବୁହାଇ।୬

ମନ ଗହନରେ କେତେ ଯେ ଭାବନା

   ପରାଣୀ ଓ ଉଦ୍ଭିଦଙ୍କ 

କାହାର ଦୁଃଖକୁ ଦେଖିକି ସହିବା

   ହେଉ ନ ଥିଲା ଆଈଙ୍କ।୭

ପହିଲି ବରଷା ତାଙ୍କୁ ଆଣିଦେଲା

   ପୁଲକ କୋଟି କାମନା

ସରିଯିବା ପରେ ଆଈ ଆନନ୍ଦରେ

   ପୂଜା ଆଉ ବନ୍ଦାପନା।୮

ନିଦାଘ ଯୋଗୁଁ ତ ବରଷା ହୋଇଲା

   ବୁଝିଥିଲେ ସୁଦ୍ଧା ଆଈ

ଅସହ୍ଯ ଗରମ ସହି ନ ପାରିକି

   ବାୟାଣୀ ସଦୃଶ ବାଇ।୯

କୋଟିଏ ଜୁହାର ଆଉ ଧନ୍ଯବାଦ

   ଆଈ ଯଥାଶୀଘ୍ର ଦେଲା

ମନ ମନ୍ଦିରରେ ପୂଜାଫୁଲ ଥୋଇ

   ଅରଘ ବାଢି଼ ଚାଲିଲା।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children