STORYMIRROR

SUKANTA KHANDA

Children

4  

SUKANTA KHANDA

Children

ପିଲାଦିନେ ବର୍ଷା

ପିଲାଦିନେ ବର୍ଷା

1 min
257


ଆଈଙ୍କର ଆଜି ବଡ଼ ମନେ ପଡେ଼

   ନିଜର ପିଲା ଦିନରେ

ବରଷା ସହିତ କେତେ ଖେଳୁଥିଲା

  ସାଥିହୋଇ ଆନନ୍ଦରେ।୧

ଝିପିଝିପି ଆହା ବରଷା କାଳରେ

   ନାଚୁଥିଲା ଖୁସି ହୋଇ

ଆକାଶରେ ଇନ୍ଦ୍ରଧନୁକୁ ଦେଖିକି

  ମନ ତାର ଲାଖିଯାଇ।୨

ଡରିଯାଏ ନାହିଁ ବିଜୁଳି ଅଥବା

   ମାରୁଥିଲେ ଘଡ଼ଘଡି଼

ଯଦିବା ଥରାଇ ଦେଇଥାଏ ଆଉ

  ଦେହ ଯାଉଥାଏ ପୋଡି଼।୩

ବାପା ଓ ମାଆଙ୍କ ଆକଟକୁ ସିଏ

  ମାନୁ ନ ଥିଲା ସେ ମୋଟେ

ଗଡି଼ ଯାଉଥାଏ ଯେବେ ଦେଖିନିଏ

  ଓଳିରୁ ଫୋଟକା ଫୁଟେ।୪

ସାଧବ ବୋହୂର ମନ୍ଥର ଗତିକୁ

  ଦେଖୁଥାଏ ନିରୀଖେଇ

ଈଶ୍ବରଙ୍କୁ ଦିଏ କୋଟି ଧନ୍ଯବାଦ

   ଏ ସବୁ ତୁମରି ପାଇଁ।୫

କାହାକୁ କେମିତି ସରଜନା କଲ

   ହେ ପ୍ରଭୁ ଜଗତ ସାଇଁ

ଅମରୁତ ତୁମ ବରଷାର ଧାରା

  ସବୁ ତ ଆମରି ପାଇଁ।୬

ଉଦଭିଦ ଆଉ ପରାଣୀ ଜଗତ

   ତୁମ ଆଗମନେ ବେଶୀ

ସଜେଇ ଦେଇକି ଅପରୂପା ଶୋଭା

   କରୁଛ ସଭିଙ୍କୁ ଖୁସି।୭

ପିଲାଦେନେ ଆଈ ବଡ଼ ଚଗଲାଟେ

   ଆଜି ଏଇ ବୁଢୀ଼ କାଳେ

ଚଳଚ୍ଚିତ୍ର ପରି ଭାସି ଆସୁଅଛି

  ଏ ମନ ମନ୍ଦିର କୋଳେ।୮

ଭାରି ଭଲଥିଲା ପିଲା ସମୟଟା

   ବରଷା ଆସଇ ଯେବେ

ଜଙ୍ଗଲର ଶୋଭା ଆହା ମନୋରମ

  ଆଉ କି ପାଇବ ଭବେ?୯

ଅଫେରା ଅତୀତ ବୋହି ଯାଇଅଛି

  ନଦୀ ପରି କଳକଳ

ଭାବିଲା ବେଳକୁ ମନ ମନ୍ଦିରରୁ

  ଲୁହେ ଆଖି ଛଳଛଳ।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children