STORYMIRROR

SUKANTA KHANDA

Children

4  

SUKANTA KHANDA

Children

କେବେ କହି ନାହିଁ

କେବେ କହି ନାହିଁ

1 min
238


କେବେ କହି ନାହିଁ ଆଜି କହୁଅଛି

   ଶୁଣରେ ନାତି ନାତୁଣୀ

ମୋର ଚାରିପାଖେ ଯେବେ ବସିଅଛି

   ମନେ ରଖ ଏହି ବାଣୀ।୧

ହୁଏତ ତୁମର ଜୀବନ କାଳରେ

  କାମରେ ଆସିବ ଦିନେ

ମରି ଯାଇଥିବି ସୁମରଣ କରି

   ବସି କରୁଥିବ ଧ୍ଯାନେ।୨

ଜୀବନରେ ବେଶୀ ଆଶା କରିବନି

   ଅଳପକେ ସୁଖୀ ହେବ

ଆଶାରୁ ଦୁଃଖକୁ ଆବୋରିକି ବାବୁ

   ରୋଗ ହାତେ କୋଳେଇବ।୩

ଯାହାକୁ ଦେଖିକି ଲୋଭ କରୁଥିଲେ

   ବିପଦ ପାଖରେ ଠିଆ

ମିଛ କହୁଥିଲେ ପାପ ଅରଜିବ

  କରମର ଫଳ ଥୁଆ।୪

ମଦ ପିଉଥିଲେ ବୁଦ୍ଧି ନାଶ ହେବ

   କ୍ରୋଧେ ସନମାନ ହାନି

ପରକୀୟା ଯଦି ପୀରତି କରିବୁ

   ବୁଲିବରେ କଳାକାନି।୫

ଧୀଟ ପ୍ରେମ ଯଦି କରୁଥିବ ବାବୁ

   ପ୍ରତାରଣା ମିଳିଯିବ

ପରଚର୍ଚ୍ଚା କଲେ ଅଶାନ୍ତି ଆସିକି

   ସମ୍ମୁଖରେ ଠିଆ ହେବ।୬

ଅହଙ୍କାର ଯଦି ମନ ଗହନରେ

   ସମୁଦ୍ର ପରିକା ଥିବ

ସମୟ ସ୍ରୋତରେ ଏକଲା ରହିବା

   ଦିନେ ସାର ହୋଇଯିବ।୭

ମୋର କଥା ଶୁଣି ନାତୁଣୀ କହିଲା

  ଅଜା ହେ ତୁମକୁ ମୋର

ଧନ୍ଯବାଦ ସହ ଗ୍ରହଣ କରନ୍ତୁ

   କୋଟିଏ ବି ନମସ୍କାର।୮

ନାତି କରୁଥିଲା ପ୍ରେମ ନୂଆନୂଆ

   ପ୍ରତାରଣା ପାଇଅଛି

ଅନନ୍ତ ଲୁହରେ ଗାଧୋଇ କହିଲା

   ବାଣୀର ସତ୍ଯତା ଅଛି।୯

ମନ ଭିତରେ ସେ ଶପଥ କରିଲା

   ଏସବୁ ଦୂରେଇ ମୁହିଁ

ଭଲ ମଣିଷରେ ଗଣା ହେବା ପାଇଁ

   ଏ ବାଣୀ ଛାଡି଼ବି ନାହିଁ।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children