Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Inspirational Children

4  

Satyanarayan Sahoo

Inspirational Children

ପ୍ରକୃତ ମାର୍ଗ ଦର୍ଶକ

ପ୍ରକୃତ ମାର୍ଗ ଦର୍ଶକ

1 min
238


ପ୍ରକୃତ ମାର୍ଗ ଦର୍ଶକ

ଗୁରୁ ହିଁ ଅଟନ୍ତି ଶିକ୍ଷାର୍ଥୀ ଜୀବନେ 

 ପ୍ରକୃତ ମାର୍ଗ ଦର୍ଶକ

ବତାଅନ୍ତି ନୀତି , ଦୂରାନ୍ତି  ଅଶାନ୍ତି , 

ତାପ , ଭ୍ରମ , ଦୁଃଖ , ଶୋକ ।

ସମାଧାନ କରି ଶଙ୍କା ଓ ଆଶଙ୍କା

ବୁଝାନ୍ତି ଗୁଢ଼ ତତ୍ତ୍ବ କୁ

ଅନ୍ଧକାର ତମ ବିଦୂରିତ କରି

ଆଣନ୍ତି ଯେ ଆଲୋକ କୁ ।

 ନିତି ଅଭିନବ ଭାବ ଓ ବିଭାବ

ଶିକ୍ଷା ଦେଇ ଅନୁ କ୍ଷଣ

ନିଷ୍ପ୍ରlଣ ଅଜ୍ଞାନ  ଅନ୍ତରେ କରନ୍ତି

ଆଲୋକ ଧାରା ବର୍ଷଣ ।

ଦିବ୍ୟ ଅନୁଭୁତି ଉପଦେଶ , ନୀତି , 

ନିୟମ ପାଳନ ପ୍ରତି

ଆହ୍ଵାନ ବିପୁଳ ଜାଗୃତି ଉଜ୍ବଳ

ବିଭାଶେ ଦୀପ୍ତ କରାନ୍ତି ।

ଉପଦେଶ ଦେଇ ଦେଖାନ୍ତି ଆଦର୍ଶ

ଉତ୍ତମ ବିଚାର ଚିନ୍ତା

 ପ୍ରସ୍ଫୁଟିତ କରି ବିବେଚନା ଶକ୍ତି

 ସ୍ରୋତ ଧାରେ ଦିବ୍ୟ ଦ୍ରଷ୍ଟା ।

କରାଇ ଶିଶୁ କୁ ଅନେକ ଭାବ କୁ

ଶିକ୍ଷା ଦେଇ ନିତି ନିତି

ସତ୍ୟ, ସଦାଚାର , ନିଷ୍ଠା ସୁପ୍ରଚାର

କାର୍ଯ୍ୟେ ରତ ରହି ଥାନ୍ତି ।

ଶିଖାଇ ଜୀବନ ଯାତ୍ରା ରେ ଆହ୍ଵାନ

ଉଦ୍ଧୀପନା ଧାରା ସ୍ରୋତ 

ପ୍ରବାହିତ କରି ମଧୁର ମାଧୁରୀ

ଗଢନ୍ତି ସେ ଭବିଷ୍ୟତ ।

ଜୀବନ ଯାପନ କଳା ଓ ବିଜ୍ଞାନ

ବହୁ ବିଦ୍ଧ ବିଭା ରାଶି

ଯାହା ଙ୍କର ମାର୍ଗ ଅନୁସରୀ ଜନେ

ନିଜ ଜୀବନେ ପ୍ରକାଶି ।

ହୋଇ ମହୀୟlନ ଜୀବନ ଯାପନ

କରନ୍ତି ହରଷ ଭରେ

ନବ ଜ୍ଞାନ ପଥ କରାନ୍ତି ଉନ୍ମୁକ୍ତ

ବାଧା ବିଘ୍ନ ବିନାଶ ରେ ।

ସହାୟତା ଦ୍ୟନ୍ତି , ସଯତ୍ନେ ଶିଖlନ୍ତି 

ବିଦ୍ୟା , ବୁଦ୍ଧି , ବିତରନ୍ତି

ଶିକ୍ଷାର୍ଥୀ ର ଭାବ ବୁଝି ଯେ ଅଭାବ

ରାଶି ଦୂର କରି ଥାନ୍ତି ।

ସମାଜ ଓ ବ୍ୟକ୍ତି ରାଷ୍ଟ୍ର ର ପାଇଁ କି

ଗଢ଼ନ୍ତି ଉତ୍ତମ ଛାତ୍ର

ବ୍ୟକ୍ତିତ୍ଵ ବିକାଶ , ଶୃଙ୍ଖଳା ପାଳନ

ସାଥେ ବ୍ୟକ୍ତିର ଚରିତ୍ର ।

ଗଠନ ସହିତ ନୈତିକ ବିକାଶ

କ୍ଷେତ୍ର ରେ ସlଗ୍ରହେ  ରତ

କରି ଉପକୃତ ଗୁରୁ ହିଁ ପ୍ରକୃତ

ମାର୍ଗ ରେ ପରି ଚlଳିତ ।

କରାଇ ଥାଆନ୍ତି ତାଙ୍କ ପlଦେ ନିତି

କରେ ଶତ ପ୍ରଣିପାତ

ତାହାଙ୍କର ଗୁଣ ବିଦ୍ୟା , ଶ୍ରମ ଜ୍ଞାନ

ସମାଜ କରେ ଉନ୍ନତ ।



Rate this content
Log in

Similar oriya poem from Inspirational