STORYMIRROR

Bidyadhar Mantry

Drama Romance Classics

4  

Bidyadhar Mantry

Drama Romance Classics

ସେ' ତ' ଚନ୍ଦ୍ରମଲ୍ଲି

ସେ' ତ' ଚନ୍ଦ୍ରମଲ୍ଲି

2 mins
7


ଏକ କ୍ଳାନ୍ତ ଅପରାହ୍ନ ମୁହୂର୍ତ୍ତରେ ଭାବୁଥିଲି 

ଚନ୍ଦ୍ରମଲ୍ଲି ,ମୋ ପ୍ରେମିକାର କଥା

ତା ରକ୍ତିମ ଓଠ ନାଚି ଉଠିଥିଲା ହୃଦେ,ପୁଣି

ମଲ୍ଲି ଫୁଲ ସମ ତା ମୁଖ ଶୁଭ୍ରତା 

ଅନତି ଦୂରରୁ ଭାସି ଆସୁଥିଲା ମିଠା ଗୀତ 

''ଚନ୍ଦ୍ରମଲ୍ଲି ହସେ,ଚନ୍ଦ୍ରଲେଖା ଓଠେ"

ବେତାର-ବାଣୀରେ ଅନୁରୋଧ କ୍ରମେ ଗୀତ,ସେ'ତ

ସତେ ମହୁ ପରି ଚନ୍ଦ୍ର ମଲ୍ଲି ଓଠେ 

ସେଇ ଗୀତ ଧାରେ ଆପେ ହଜାଇ ନିଜକୁ ନିଜେ

ଚକ୍ଷୁ ଦ୍ବୟ ଥିଲା ମୁଦ୍ରିତ ଧାରାରେ 

ପ୍ରେମିକାର ନାମ ସେଇ ଗୀତର ଶୀର୍ଷକ ଧାରେ

ତନ୍ମୟତା ଭାବ ଥିଲା ହୃଦୟରେ

କାହିଁକି କେଜାଣି ଭଲ ଲାଗେ ପ୍ରାୟ ସେଇ ଗୀତ

ଯେତେ ଶୁଣିଲେ ବି ଲାଗେ ନୂଆ ନୂଆ

ସ୍ୱର ବନ୍ଦ ହେଲା ପରେ ଯେବେ ଖୋଲିଲି ନୟନ

ଚନ୍ଦ୍ରମଲ୍ଲି,ମୋ ପ୍ରେମିକା ଅଛି ଠିଆ


କିଛି ବୁଝିବା ଆଗରୁ ଲାଜୁଆ ହସର ଧାରେ

ଦୁହିଁଙ୍କର ଆଖି ହିଁ କହିଲା କଥା

କୁହୁକ ଥିଲା କି ସେଇ ହସ ମିଶା ଚାହାଣି ରେ 

କିଛି କ୍ଷଣ ଧରି ଥିଲା ନୀରବତା


କ୍ରମେ ପଚାରିଲି ଧୀରେ " ହସ ପରେ କିଆଁ ଲାଜ"

ନାଲି ରଙ୍ଗ କିଆଁ ରହେ ଓଠ ଧାରେ

ପ୍ରେମ ସହ ପ୍ରଣୟ ତ ଗୁପ୍ତ ରହିବା ବିଧେୟ 

ଚର୍ଚ୍ଚା କିମ୍ପାଇ ହୁଏ ବାଟ-ଘାଟରେ

ତୃଷ୍ଣାତୁର ମନ କିମ୍ପା ଜ୍ୟୋତ୍ସ୍ନା ର କିରଣେ ଜାଗେ 

ପ୍ରିୟାର ଶରୀର କିବା ହେନା ପରି

ପ୍ରେମୀ ଯୁଗଳଙ୍କ ମିଳନ କାହାଣୀ କିବା ଗପ

ପ୍ରେମର ସମ୍ପର୍କ କଣ ଚୁକ୍ତି ପରି !!


ଓଠରୁ ଝରି ଥିଲା କଥା"ଉଁ ତୁମେ ଭାରି ଇଏ"

ସେଇ "ଇଏ" ଶବ୍ଦ ହୃଦେ ପ୍ରତିଧ୍ଵନି

"ଇଏ"ର ସଂଜ୍ଞା ସନ୍ଧାନ ବିନା ଅଛି ଅବଶୋଷ

ଆଉ ଭାବନା ବି ଜାଗ୍ରତ ହେଉନି


ସଦ୍ୟ-ସ୍ନାତା ପ୍ରେମିକାର ଆକର୍ଷଣେ ବିମୋହିତ

ଚାହିଁ ରହିଥିଲି ବିମୁଗ୍ଧ ନୟନେ

ମୁରୁକି ଲାଜୁଆ ହସ ଚାହୁଁ ଚାହୁଁ ଛୁଇଁ ଗଲା 

ହୃଦୟର ପ୍ରତି କୋଣ ଅନୁକୋଣେ 


ନିରୋଳା ମୁହୂର୍ତ୍ତେ ଉଜ୍ଜୀବିତ ସେଇ ଦୃଶ୍ୟାନ୍ତର 

ଚାରିପଟେ ଛାଇ ପରି ବି ପ୍ରତ୍ୟୟ

ଲେଖୁଥିବା କବିତାର ପ୍ରତି ପଙ୍କ୍ତି ରେ ଜୀବନ୍ତ

ଲୁଚି ଯାଏ ଶବ୍ଦ,ମନ ବି ଅଥୟ


ବିହଙ୍ଗ କାକଳି ମଧୁପ ଗୁଞ୍ଜନ ର ପ୍ରତ୍ୟୟ

ନିର୍ଜନ ବେଳା ଭାବାନ୍ତର ମନରେ

ଆନମନା ସୂକ୍ଷ୍ମ ଭାବନାରେ କେହି ଡାକୁଅଛି

ସୁଯୋଗ ରହିଛି ଆସ ପୁଣି ଥରେ 


ନିଜକୁ ନିଜେ ପ୍ରଶ୍ନ ପରେ ଉତ୍ତର ନିରୁତ୍ତର

ସତେ କଣ ଅଛି ପ୍ରେମ କବଳରେ

'ଚନ୍ଦ୍ରମଲ୍ଲି ' କଥା ଶୁଣି ପ୍ରିୟା କହିଲା କିମ୍ପାଇଁ

"ଉଁ ତୁମେ ଭାରି ଇଏ " ,ପଙ୍କ୍ତି ଆଳରେ  


ପ୍ରଥମ ପ୍ରେମ ହେଲା ପରି ଅନୁଭବ ହେଉଛି

ବେଦନା ସାଗରେ ସନ୍ତରଣ ରତ

କେହି ଜଣେ ମନ ଭିତରକୁ ଧସେଇ ଆସୁଛି

ସତରେ ମୁଁ ପ୍ରେମରେ ବୁଡ଼ିନି ତ!


ମନରେ ସବୁବେଳେ ରହୁଛି ମିଳନ ଲାଳସା 

କାହା ହୃଦୟରେ ଥିଲା ପରି ଭାବ

ସ୍ଵପ୍ନରେ ସେଇ ଛବି ଦେଖିବା ପାଇଁ ବ୍ୟାକୁଳତା

କାହାର ମିଠା ପରଶ ପରି ଅନୁଭବ 


କେହି ଜଣେ ହୃଦୟ ଭିତରେ ରହେ ସବୁବେଳେ 

ଛାଇ ପରି ଅଛି ନିହାତି ପାଖରେ

କାୟ-ମନ-ବାକ୍ୟ,ଶୟନେ ସପନେ ଜାଗରଣେ 

ଚେତନ ଅଥବା ଅବଚେତନ ରେ 


ହୃଦୟର ପ୍ରତି ଗଳିରେ ମତୁଆଲା ଭାବନା

ପାଗଳ ପରାୟେ କେତେ ଭ୍ରମି ହେଲି   

ଗହଳି ଭିତରେ ନିଜକୁ ବି ଲାଗେ ଏକୁଟିଆ

ପ୍ରତିଧ୍ଵନି ଶୁଭେ" ସେ' ତ' ଚନ୍ଦ୍ରମଲ୍ଲି  " 



Rate this content
Log in

Similar oriya poem from Drama