ସେ ମୋ ପ୍ରିୟା...
ସେ ମୋ ପ୍ରିୟା...
ମାଟିରେ ତା' କଅଁଳ ପାଦ
ଅ।କାଶକୁ ଅ।ଞ୍ଜୁଳା ପାତିଥିବ
ଝରିପଡୁଥିବ ତାରା ଫୁଲରୁ
ଚିକଚିକ୍ ଜ୍ୟୋତ୍ସ୍ନା
ଝଲସୁଥିବ ରାତି। ଶବ୍ଦଙ୍କ
ଓଠରେ ରଂଗ ଦେବାବେଳେ
ସୁବାସିତ ନିଃଶ୍ବାସରେ
ମହକୁ ଥିବ ମୋ ଦେହ।
ଜାଣେ 'ସେ ମୋ ପ୍ରିୟା !!'
ମୋ ପ୍ରିୟା କହେ ମୁଁ କାଳେ
ତା' ହୃଦୟ ସ୍ପନ୍ଧନ।
ମାଟିର ମୁଠାଏ ମହକ।
ଚୁପି ଚୁପି କଥା କହି ଭିଜାଏ
ମୋ ମନ। ବସି ବସି ଚିତ୍ର
ଅ।ଙ୍କେ ହଜିଲା ଦିନର।
ପଚାରେ "କିଏ ସୁନ୍ଦର
ଦେହ ନା ଅ।ତ୍ମା, କୁହନା ?"
ଉତ୍ତର ଜାଣିବି ନିରୁତ୍ତର ରହେ।
କିଛି କହେନି। ସେ କହେ
"ଅ।ତ୍ମା ନୁହେଁ ଏ ଦେହର ??"
ବଡ ଅଭିମାନିନୀ ପ୍ରିୟା !
ରୁଷି ଯାଇ ଫୁଲବଗିଚାରେ ବସେ,
ଗୋଲାପ ଦେଖିଲେ ହସେ,
କହେ, 'ହୃଦୟର ରଂଗ ଏ ଫୁଲ,
ତାକୁ ବେଶି ଭଲପାଏ ।'
ଦିନେ କାକରଭିଜା ସକାଳେ
ଗୋଲାପ ଫୁଲଟିଏ ହୋଇ
ହଜିଗଲା ବଗିଚାରେ।
ରଖିଥିଲା ସର୍ତ୍ତ: " ପାରିବ ଯଦି
ଖୋଜିନେବ ମୋତେ।"
ଜାଣି ପାରୁ ନ ଥିଲି କେମିତି
ଚିହ୍ନିବି ପ୍ରିୟାକୁ। କେମିତି ବୁଝିବି
ଫୁଲଙ୍କ ଓଠର ଭାଷା।
ମୁଁ ତ କବି ନୁହେଁ, କବିତାମନସ୍କ
ଅବୋଧ ଅ।ତ୍ମାଟିଏ !!
ଚାରିଅ।ଡେ ଅଣ୍ଡାଳି ଥକିଗଲି।
ଅ।କୁଳ ଅ।ବେଗଟିଏ ଚିରି
ପକାଉଥିଲା ମୋ ଛାତି।
ଭ୍ରମିତ ହେଉଥିଲା ମନ, ଅନ୍ତର୍ଦୃଷ୍ଟି।
ପବନରେ ଭାସି ଅ।ସୁଥିଲା
ପ୍ରିୟାର କଣ୍ଠସ୍ବର।
"ପାଗଳ ହୁଅନି !! ଚାହିଁ ଦେଖ
ମାଟି ଓ ଅ।କାଶର ସୀମା
ଛୁଇଁଛି ଗୋଲାପୀ ରେଖାଟିଏ।
ସେଇଠି ବସିଛି ତାରାଫୁଲଙ୍କୁ ଚାହିଁ,
ଅଧରରେ ଲାଖିଛି ତମ ଓଠର
ଭାଷା, କେବଳ ତୁମର !!
ବହୁତ କାନ୍ଦିଛି ତୁମ ଲାଗି ସାଥୀ !
ମାୟା ବଗିଚାରେ ତୁମେ ହଜି
ଅ।ଉ କନ୍ଦାଅନି ମୋତେ।
ମନର ସ୍ବପ୍ନଙ୍କୁ ମଧୁପିଅ।ସୀ
ପ୍ରଜାପତିଙ୍କ ଡେଣାରେ ଲଦି
ଉଡାଇ ଦେଇଛି ବଗିଚାକୁ।
ତୁମ ମଉଳା ଅ।ଶାରେ ନେସି
ଦେଇଛି ତାରାଫୁଲଙ୍କ ଲାବଣ୍ୟ।
ଅ।ଖି ଖୋଲି ଦେଖ !
ସମୟ ସହ କେମିତ ବଦଳୁଛି
ଦୃଶ୍ୟମାନ ପୃଥିବୀର ରଂଗ
ମନ ଓ ଅ।ତ୍ମାର।"
ଭାବି ପାରେନା କଳ୍ପନା ଓ ବାସ୍ତବତା
ମଝିରେ କେତେ ଫରକ। ନା ଥାଏ
କେଉଁଠି ସ୍ବପ୍ନର ଫୁଲବଗିଚା,
ନା ପ୍ରଜାପତି, ନା ତାରାଙ୍କ ଛାଇ।
ଟୋପାଏ ଅ।ଶ।ର ବିନ୍ଦୁରେ
ଦିଶୁଥାଏ ଦୂର ଦିଗବଳୟ ଛବି !
ଜାଣେ ଗୋଟିଏ ସତ୍ୟ ,
ନିଶିବିଜନରେ କବିତା ଲେଖିବା
ବେଳେ ନିତି ଲୁଚିଲୁଚି ଅ।ସେ ପ୍ରିୟା
ନେସିଦେବାକୁ ତାରାଫୁଲ ରଂଗ
ଶବ୍ଦଙ୍କ ସୁକୁମାରୀ ଦେହରେ।
ମୋ ବିଦଗ୍ଧ ଅ।ତ୍ମାର କାନ୍ଦ
ନିଃଶବ୍ଦ ହେବାଯାଏ।
*******