STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ସେ କାଳ ପଖାଳ

ସେ କାଳ ପଖାଳ

1 min
260

ମନେ ନାହିଁ !

ବିଦେଶୀ ରନ୍ଧା ଖାଇ ଖାଇ,

ନିଆଁଲଗା ମନ ସବୁ ପାସୋରି ଗଲାଣି

ହଁ ତ....ଏ ପରା ଏକବିଂଶ ଶତାବ୍ଦୀ !

ପୁରୁଣା କାଳିଆ ପିତ୍ତଳ କଂସା ଆଉ କାହିଁ ?

ଜେଜେଙ୍କ ଅମଳ ଗଲାଣି....

ଆଧୁନିକ ଯୁଗର ଅତ୍ୟାଧୁନିକ ଦାୟାଦ ଆମେ,

ପଖାଳ କଂସା ନାଆଁ ଶୁଣିଲେ,

ନାକ ଟେକି ଛିଃ ଛିଃ କହିବା ଶିଖି ଗଲେଣି....

ଗାଉଁଲି ଭୂତର ଆଖ୍ୟା ଦେଇ ବାଟ କାଟି ଚାଲିଯିବା,

ଗୋଟାଏ ଫେସନ ପାଲଟି ଗଲାଣି....

ବାପା ବୋଉ ଭାଇ ଦାଦା ଖୁଡି ଡାକ ତ ସାତ ସପନ,

ଆଈ ମାଆ କାହାଣୀ ବି ପାସୋରି ଗଲେଣି....

ଆଉ କି ବଖାଣିବି ଯୁଗାନ୍ତର ମହିମା....

ସତରେ ଗୋ ଭାଇନା !

ସେ କାଳ ପଖାଳ ଆଉ ତା'ର ତାଳମେଳ,

ସ୍ମୃତି ପାଲଟି କେଉଁ କାଳୁ ଖୋତରା ହୋଇଗଲାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy