STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ସେ ବଡ଼ ହଟିଆ

ସେ ବଡ଼ ହଟିଆ

1 min
226

ଯେତେ ଯିଏ ଯହିଁ ପରବାସୀ ହେଲେ

 ଭୁଲେନି ଏନ୍ତୁଡି ମାଟି,

ଛଟପଟ ମନ ନିଶ୍ଚେ ଧାଇଁ ଯାଏ

  ବୁଲିବାକୁ ସେହି ମାଟି,

  ଅଭୁଲା ଅଟେ ସେ ସ୍ମୃତି

ମାଆର ମମତା ଗାଆଁର ସେନେହ

 ଭୁଲି ତ କେ ନ ପାରନ୍ତି।


ଶ୍ରୀଗୁଣ୍ଡିଚା ଅଟେ ପବିତ୍ର ଜନ୍ମସ୍ଥାନ

ଯେ ଜଗନ୍ନାଥଙ୍କର,

ମାତା ଶ୍ରୀଗୁଣ୍ଡିଚା ପିତା ଇନ୍ଦ୍ରଦ୍ୟୁମ୍ନ

ସ୍ନେହେ ବନ୍ଧା ବ୍ରହ୍ମାଣ୍ଡ ଈଶ୍ୱର।

ସେତ ଲୀଳାମୟ ଠାକୁର

ମାନବୀୟ ଲୀଳା ଏ ମର୍ତ୍ତ୍ୟେ କରନ୍ତି

ଭିନ୍ନ ଅନ୍ୟାନ୍ୟ ଠାକୁର।


ଆସିବା ପାଇଁ ସେ ଜନ୍ମବେଦୀକୁ ତ

 କେତେ କାରସାଦି କରେ,

ମହାସ୍ନାନ ପୁଣି ଅଣସରେ ରହି 

  ପାଲା ଯେ ନେତ୍ରୋତ୍ସବରେ,

 କି ସୁନ୍ଦର ନବ ଯୌବନ ଦର୍ଶନ

ଓହ୍ଲାଇ ଆସନ୍ତି ରତ୍ନସିଂହାସନୁ 

 ଗୁଣ୍ଡିଚା ରାଣୀର କୋଳେ।


ହଟିଆ କାଳିଆ ଦଶଅବତାର 

ରୂପ ନିଏ ଜନ୍ମସ୍ଥାନେ,

ଆଡ଼ପ ମଣ୍ଡପେ ଭକ୍ତ ପ୍ରାଣ ଧନ୍ୟ

 ବିଷ୍ଣୁ ଶ୍ରୀରୂପ ଦର୍ଶନେ ।

   ଉଦ୍ଧାର ପତିତଜନେ  

ହେ କଳାବାମନ ଦୟା ରଖିଥିବ

 ଏ ମର୍ତ୍ତ୍ୟ ବୈକୁଣ୍ଠ ଧାମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational