ସେ ଆମ ମାଆ
ସେ ଆମ ମାଆ
ଧ୍ବଂସ ପଥରେ ଅଗ୍ରସର ଆଜି
ଏଇ ଆମ ଧରା ଧାମ ,
ବିଜ୍ଞାନ ଆଦରି ପ୍ରକୃତି ସହିତ
ଖେଳ ଖେଳେ ଏ ଅଧମ ।
ସବୁଜିମା ଭରା ପୃଥିବୀ ବକ୍ଷକୁ
କରିଲ କ୍ଷତ ବିକ୍ଷତ ,
ନିଜର ସୁବିଧା କରିବା ପାଇଁକି
ପ୍ରକୃତି କଲ ଆୟତ ।
ସବୁ ସହିଯାଏ ମାଟି ମାଆ ଆମ
ପାରେ ନାହିଁ କିଛି କହି ,
ସେଥିପାଇଁ ଦାଉ ପ୍ରକୃତି ସାଧୁଛି
ଆଉ ହୁଏ ନାହିଁ ସହି ।
ବିନା ସ୍ବାର୍ଥରେ ସେବା କରୁଥାଏ
ଆମରି ଜୀବନ ପାଇଁ ,
ଅତ୍ଯାଚାର କେତେ ସହିଥାଏ ସିଏ
ମୁକ ପରି ଯାଏ ରହି ।
ଏବେ ଆସିଅଛି ଏମିତି ସମୟ
ପ୍ରକୃତିକୁ ଆଦରିବା ,
ନ ହେଲେ ହୋଇବ ସର୍ବନାଶ ଆମ
ରକ୍ଷା କେବେ ନ ପାଇବା ।
