STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ସେ ଆଖି ଦୁଇ

ସେ ଆଖି ଦୁଇ

1 min
215


କେହି କେବେ ହୃଦୟରୁ ଚାହିଁଛି କି ?

ଝିଅ ଟିଏ ଖୋଲା ଆକାଶ ରେ ଉଡୁ

ଲୋକ ମାନେ ସେ ହସ ଶୁଣି ଇର୍ଷା କଲା ଯାଏ

ମନ ଖୋଲା ହସ ହସ

ଯେମିତି ଅସମ୍ପୂର୍ଣ୍ଣ ସୃଷ୍ଟି ସମ୍ପୂର୍ଣ୍ଣ ହେଇଯିବ ।।

କେହି ମନ ଭରି ଉପଭୋଗ କରିଛ କି

ତା ଚପଳାମି ଯାହା ଝିଅଟିର ଆଖିରେ

ସ୍ପଷ୍ଟଭାବେ ଉଙ୍କି ମାରେ ,

ଖଟା ବରକୋଳି ର ସ୍ୱାଦରେ

ଝିଅଟିର ଗାଲରେ ଚମତ୍କାର ଦିଶୁଥିବା

ଭଉଁରୀ କୁ ଦେଖି ପ୍ରେମରେ ପଡ଼ିଛି କି କେହି ।।

ଗାଆଁ ପୋଖରୀ କୂଳେ

ପାଦର ପହୁଡ଼ କୁ ମାଜୁଥିବା

ଓଢ଼ଣା ଫାଙ୍କରେ ଦିଶୁଥିବା

ଶରତ ଆକାଶରେ ଚନ୍ଦ୍ରମା ଭଳି ସୁନ୍ଦର

ପ୍ରଗଳ୍ଭା ବୋହୁଟି କେତେ ଗୁଣର

କେହି ପଚାରିଛି କି ନିଜ ମନକୁ ?

ସବୁ ଶୁଣି ମଥା ପାତି ସହି ଯାଇ

ନିଜକୁ ନିଜେ ପ୍ରବୋଧନା ଦେଇ

ଆଖିରୁ ବହି ଅନ୍ତରେ ଶୂନ୍ୟସ୍ଥାନ

ପୂରଣ କରୁଥିବା, ସର୍ବଂସହା ଲୁହକୁ

ପ୍ରାଣ ଭରି ହୃଦୟେ ସାଇତିଛି କି କେହି ?

ହେଇ ଶୁଣ ତୁମ ଭାବନାରେ ତୁମେ ମୁକ୍ତ

ତୁମେ ତୁମ ଚାହିଁବା ହିସାବରେ

ନିଜ ଜୀବନ କୁ ମନ ଭରି ବଞ୍ଚିଯାଅ ବୋଲି

କେହି ଅନୁମତି ଦେଇଛି କେବେ ?

ସେ ଫୁଲକୁ ,ଫଗୁଣ କୁ

ମୌସୁମୀ କୁ ,ଶ୍ରାବଣ କୁ, ରଙ୍ଗ କୁ

ଇନ୍ଦ୍ରଧନୁ କୁ,କାକର ଟୋପା କୁ ଭଲ ପାଏ

ସେ ଝିଅଟି ନିଜ ଠାରୁ ବେଶୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract