ସ୍ବୟଂ ର ଅହଂ
ସ୍ବୟଂ ର ଅହଂ


ମୁଁ ଆଉ ମୋର ଅହଂ
ବିଚିତ୍ର!
ଏଇ କାନ ମୋର ନିଜ କାନ୍ଦଣା ଶୁଣିପାରୁଛି
ଅଥଚ
ରାସ୍ତା କଡରେ ବସିଥିବା ଭୋକିଲା ଶିଶୁ ଟିର
କାନ୍ଦଣା ଶୁଣିପାରୁନି ।
ଏଇ ଆଖି ....
ଅନ୍ୟର ପାଦେ ପାଦେ ନଗ୍ନତା ଦେଖୁଛି
ଅଥଚ
ନିଜେ ଉଲ୍ଲଗ୍ନତାର ଚରମ ସୀମାରେ,
ଆଧୁନିକତାର ସଂଗୀତ ଗାଉଛି ।
ଏଇ ଶରୀର ...
ପବନ ଛୁଆଁ ରେ କଣ୍ଟା ଫୋଡି ହେଉଛି
ଆଉ
ଫୁଲ ଛୁଆଁରେ କ୍ଷତ ବିକ୍ଷତ !
କିନ୍ତୁ
ଯନ୍ତ୍ରଣାରେ ଛଟପଟ ଶିଶୁ ଶ୍ରମିକଟି କାମଚୋର
ମନେ ହେଉଛି ।
ସ୍ବୟଂ, ଆପାଦମସ୍ତକ ଭ୍ରଷ୍ଟାଚାର ଲୀନ,
ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବାର ଇଂଗିତ କରୁଛି...।