STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ସବୁକିଛି ଭୁଲିଯାଇ

ସବୁକିଛି ଭୁଲିଯାଇ

1 min
318

ସବୁକିଛି ଭୁଲିଯାଇ

ଦେଖିବି ମୁଁ ପୁଣି ନୂଆ ସପନ

ସବୁକିଛି ଭୁଲିଯାଇ

ଗଢିବି ମୁଁ ପୁଣି ନୂଆ ଜୀବନ ।


ସବୁ ସ୍ୱାର୍ଥ ଭୁଲିଯାଇ

ଦେଶ ପାଇଁ ଲଢ଼ିବି

ନିଜ କଥା ଭୁଲିଯାଇ

ପର ପାଇଁ ବଞ୍ଚିବି ।


ସବୁ ରାଗ ପୋଛି ଦେଇ

କ୍ଷମା ଦେବା ଶିଖିବି

ସବୁ ମିଛ ଭୁଲିଯାଇ

ସତ୍ୟ ପଥେ ଚାଲିବି ।


ସବୁ ଜାତି ଭୁଲିଯାଇ

ଭାଇ ବନ୍ଧୁ ବାଛିବି

ସବୁ ଧର୍ମ ଭୁଲିଯାଇ

ନ୍ୟାୟ ପାଇଁ ଲଢ଼ିବି ।


Rate this content
Log in

Similar oriya poem from Inspirational