Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ସବୁ ରଙ୍ଗ ଧୋଇଗଲା ପରେ

ସବୁ ରଙ୍ଗ ଧୋଇଗଲା ପରେ

1 min
265



ଫଗୁଣ ଆସିଲା ଶୁଭ ଲଗନରେ

ରଙ୍ଗର ପସରା ନେଇ ।

ଦୋଳ ବିମାନରେ ଠାକୁର ବୁଲିଲେ

ଅବିରକୁ ବୋଳି ହୋଇ ।୧।

ଦୁଆରେ ଦୁଆରେ ଚଣା ଖଜା ଆମ୍ବ

ଫଳମୂଳ ଭୋଗ ଖାଇ ।

ପ୍ରୀତିର ବାରତା ବୁଣି ଦେଇଗଲେ

ଅବିର ରଙ୍ଗ ଲଗାଇ ।୨।

ଫଗୁ ଦଶମୀରୁ ଚତୁର୍ଦ୍ଦଶୀ ଯାଏଁ

ବୁଲିଲେ ଚାଚେରୀ ଖାଇ ।

ଦୋଳ ପୂର୍ଣ୍ଣମୀରେ ଦୋଳମଣ୍ଡପରେ

ଝୁଲିଲେ ଦୋଳିରେ ଥାଇ ।୩।

ମୁଣ୍ଡେ ବୋଳିହେଲେ ଅବିର ରଙ୍ଗକୁ

ଆସିଲା ତାପରେ ହୋଲି ।

ରଙ୍ଗ ପିଚକାରୀ ମାରିଲେ ସଭିଏଁ

ଦେହ ରଙ୍ଗ ହେଲା ଖାଲି ।୪।

ଘଷି ଘାଷି ହୋଇ ସାବୁନ ଲଗାଇ

ଧୋଇ ଧାଇ ଗଲା ରଙ୍ଗ ।

ମନ ହୃଦୟରେ ଛାପ ଗଲା ଛାଡି

ଖେଳିଲା ଭାବ ତରଙ୍ଗ ।୫।

ଦେହ ରଙ୍ଗ ଥିଲା ଆଗରୁ ଯେପରି

ମନ ହେଲା ରଙ୍ଗାୟିତ ।

ଭାବରେ ଭାବିଲି ସବୁ ଦିନ ତକ

ହୁଅନ୍ତା କି ଦୋଳଯାତ ।୬।

ଦୋଳଗୋବିନ୍ଦଙ୍କ ସାଙ୍ଗରେ ବୁଲନ୍ତି

ତାଙ୍କରି ପାଖରେ ରହି ।

ଏତିକି ଟିକିଏ ସେବା ମୁଁ କରନ୍ତି

ତାଙ୍କ ବିନୋଦନ ପାଇଁ ।୭।

ସବୁ ରଙ୍ଗ ଦେହୁ ଧୋଇଗଲା ମୋର

ସେଥିକି ଭାବନା ନାହିଁ ।

ପ୍ରଭୁଙ୍କର ରଙ୍ଗ ଲାଗୁ ମୋ ଦେହରେ

ଏ ଭାବେ ଭାବିତ ମୁହିଁ ।୮।

ହେ ଦୋଳଗୋବିନ୍ଦ ! ଏ ଅଧମ ଜନେ

ସତେକି ସୁଦୟା ହେବ ।

ଯେଉଁ ଭାବେ ମୋତେ ଭାବିତ କରିବ

ସେ ଭାବେ ମୋ ଦିନ ଯିବ ।୯।


Rate this content
Log in

Similar oriya poem from Abstract