STORYMIRROR

Alhadini Panigrahi dash

Classics

4  

Alhadini Panigrahi dash

Classics

ସବୁ କିଛି କ୍ଷଣ ସ୍ଥାୟୀ

ସବୁ କିଛି କ୍ଷଣ ସ୍ଥାୟୀ

1 min
421

ଧନ, ଯଉବନ 

ନୁହେଁ ଚିର ଦିନ

ସବୁ ଅଟେ କ୍ଷଣସ୍ଥାୟୀ 

ତଥାପି ରେ ମନ

କାହିଁକି ଚଂଚଳ

କାହିଁ ପାଇଁ , କାହିଁ ପାଇଁ l


ଗର୍ବ, ଅହଙ୍କାର

ରାଗ, ଅଭିମାନ

ସାନ, ବଡ

ଭେଦ ଭାବ

ଦି ଦିନ ର ଏ

ମଣିଷ ଜୀବନ

ତୁଚ୍ଛା ଟା ରେ 

କହୁ ମୋର l


ମୋର ମୋର ବୋଲି

କରୁ ହୁଲା ଜାରି

ପାର୍ଥିବ ଜିନିଷ ପାଇଁ

ବୃଥା ଟା ରେ ତୁହି

ଯା'କୁ ନିଜ କହୁ

ଯିବୁ ଦିନେ ତାକୁ ଛାଡି l


ମୋର ମୋର ବଲୁ 

ଏ ମର ସଂସାରେ

ମୋର ବୋଲି କିଛି ନାହିଁ

ମୋହ ର ପୁଟୁଳି

ବାନ୍ଧି ଦେଇ ମନେ

ପ୍ରଭୂ ଙ୍କୁ ଯାଆନା ଭୁଲି l


Rate this content
Log in

Similar oriya poem from Classics