ସ୍ବପ୍ନର ମେହଗାନି
ସ୍ବପ୍ନର ମେହଗାନି
ସମୟର ଛାତିରେ କେତେ କ'ଣ ହେଲାଣି ଶେଷ
ଏବେ ତେଣୁ ବଳକା କେତେ ବା ଆୟୁଷ ,
ଶୂନ୍ୟରେ ମିଳେଇ ଯାଇଛି ସବୁ କିଛି
ହୃଦୟରେ ଏବେ ଖାଲି ଅତୀତର ଭଗ୍ନାବଶେଷ .....
ଫେରି ଆସିଵନି ଆଉ ସେ ରାତିର ଛାତି
ଶୋଇବାକୁ ସ୍ବପ୍ନର ମେହଗାନିରେ ,
ସମସ୍ତେ ବନ୍ଧା ଏଠି ନିଜ ନିଜ ନୀତି ନିୟମରେ ,
ଦୁଇକୂଳ ଖାଇ ନଦୀ ବି ଗଲାଣି କାହିଁ କେତେ ଦୂରେ ....
ତମେ ବଦଳଉ ଥାଅ ତମ ଅଭିଶପ୍ତ ରୂପ
ବିଡ଼ମ୍ବିତ ଜୀବନର ପଣତ କାନିରେ ,
ମୁଁ ଏଠି ରକ୍ତ ଜୁଡୁବୁଡୁ ବିଷମ ଗଣ୍ଠି ଫିଟାଇ ବାରେ ......
ସତ୍ୟକୁ ଜୀବନେ ଜୀଇଁବା ଏତେ ସହଜ ନୁହେଁ
ମନ ହୁଏ ଅବରୁଦ୍ଧ , କ୍ଷତ ହୃଦୟରେ ହୁଏ ......
ଏବେବି ସମୟ ଅଛି ନିଜକୁ ବଦଳାଇ ନିଅ
ମିଛ ସ୍ବପ୍ନ ଦେଖିବାରେ ଅଛି କି ଲାଭ ବା କୁହ .... !
ଧୂଆଁ ଭଳି ଏକ ଜୀବନ ଦିନେ ଧୂଆଁ ହୋଇ ଯିବ
ନା ମୁଁ ଥିବି ଦେଖିବା ପାଇଁ ନା ତମେ ଥିବ .....
