STORYMIRROR

kahnu charan sahu

Abstract Inspirational

4  

kahnu charan sahu

Abstract Inspirational

ସ୍ବପ୍ନ

ସ୍ବପ୍ନ

1 min
280


ସୂର୍ଯ୍ୟ ହଜିଗଲେ

ରାତିର ଆଗମନରେ

ଦେହ ମନ ଜଳେଇ ଜଳେଇ

ବର୍ଷାର ଅଭିମାନ

ରାତି ତମାନ ଲୁଟିନିଏ ନିଦ ।


ସବୁଦିନ ଦେଖୁଥିବା ଗୋଟେ ସ୍ବପ୍ନ 

ଲୁହ ଲହୁରେ ଭାସୁଥିବା ଜୀବନକୁ

ଆଉ କାହା ପାଇଁ ସଜେଇଲା ବେଳକୁ 

ସୂରୁଜ କଣେଇ କଣେଇ ଖତେଇ ହୁଏ

ରାତିରେ ଆକାଶ ଦେଖା ଯାଉଥିବା ଘରୁ ।


ସକାଳ ହେଲା, ସେହି ସ୍ବପ୍ନ ପୁଣିଥରେ 

କଟା ଘାଆରେ ପୋଡ଼ାରୁଟିର ଯନ୍ତ୍ରଣାକୁ 

ଲେସିଦେଇ ହଜିଗଲା ଆୟୁଷକୁ ସାଥିରେ ନେଇ ।


ସ୍ବପ୍ନର ଉଡ଼ିବାର ଇଚ୍ଛା

ମାନେନି ଝାଳ ନାଳ ବର୍ଷା

ନା ଆଗରେ ଥାଏ କେହି

ନା କେହି ପଛରୁ ଡାକିବାର ଦୁଃସାହସ କରେ

ସ୍ବପ୍ନ ଆଗରେ ତ ଷ୍ଟ୍ରିଟଲାଇଟ ଆଖ ପାଖ

ଇନ୍ଦ୍ରମହଲ ପରି ଅନୁଭବ ହୁଏ ।


ବଦଳେ ଦେହ, କୋହ, ମନ, ଜନ

ହେଲେ ବଦଳିବାକୁ ଚେଷ୍ଟା କରେନି ସ୍ବପ୍ନ

ଆଗେଇଲା ପରେ କିଛି ପାଦ, 

ଆକାଶକୁ ମୋର ବୋଲି ସାବ୍ୟସ୍ତ କରିବାର ନିଶା

ନିଜର କରିବାର ଆଶାରେ ଯୁଦ୍ଧକରେ

ଖାତା, ବହି, ପେନ୍, ପେନ୍ସିଲ ସହ 

ନିର୍ଲଜ କହୁଥିବା ସକାଳ ସାମ୍ନାରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract