STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ସ୍ବପ୍ନ "

"ସ୍ବପ୍ନ "

1 min
43

ନିଦ୍ରିତ ରଜନୀର ବକ୍ଷ ଚିରି 

ଶୂନଶାନ ପଥ ପରେ 

ସ୍ବପ୍ନ ଆସେ 

କେବେ ପୁଣି ଭାବନାର ପରିରାଇଜରେ l

ସ୍ୱପ୍ନର ଇଲାକାରେ 

ଘୁରିବୁଲେ ଏ ଜୀବନ 

ମିଠା ମିଠା ଭାବନାର 

ବିମୋହିତ ପରାଣରେ 

ଗୁମସୁମ ରଜନୀର 

କୋମଳ ଶଯ୍ୟାରେ 

ସ୍ୱପ୍ନ ଦେଖେ ତୋଳିବାକୁ 

ସୁନାର ନଅର 

ସମୁଦ୍ର ଭିତରେ କେବେ 

ମଙ୍ଗଳ ଗ୍ରହରେ l

ସ୍ୱପ୍ନ ଦେଖେ ଏ ଜୀବନ 

ବାନ୍ଧିବାକୁ ସ୍ୱର୍ଗକୁ ନିଶୁଣୀ 

ଗଗନରୁ ଚନ୍ଦ୍ରମାକୁ ଆଣନ୍ତାକି ଟାଣି 

ହାତେ ଧରି 

ଦୁନିଆକୁ ଦେଖାଇ ଦିଅନ୍ତା 

ଦେଖ ମୁହିଁ କେଡେ ବଳୀୟାର 

କଳ୍ପନାର ରାଇଜରେ 

ମିଛି ମିଛି ଭାବନାରେ 

ଏ ଜୀବନ ସାଜେ ଜଣେ 

ସ୍ୱପ୍ନର ମିଛ ସୌଦାଗର l

ମନେ ପଡେ ପିଲାଦିନ 

ବାଲିଘର ଖେଳ 

ଗାଁ ଦାଣ୍ଡ, ବିଦ୍ୟାଳୟ 

ସାଙ୍ଗ ସାଥୀ ମେଳ 

ନୀରବ କୈଶୋର 

ଆଉ ବିକଚ ଯୌବନ 

ସ୍ୱପ୍ନଭରା ରୋମାଞ୍ଚରେ 

ବିତୁଥିଲା ଦିନ 

ମନ ଗହନରେ ଥିଲା 

କେତେ ଅସୁମାରୀ ଆଶା 

ସ୍ୱପ୍ନ ତରୁ ଡାଳେ ନିତି 

ବାନ୍ଧୁଥିଲା ବସା 

ବୟସର ଚପଳତା 

କରୁଥିଲା ସ୍ୱପ୍ନରେ ବିଭୋର 

ଦୁନିଆଟା ଲାଗୁଥିଲା 

ଅତି ଆପଣାର l

ବୟସର ତାରୁଣ୍ୟରେ ଜ୍ଞାତ ହେଲା ଯେବେ 

ଏ ଦୁନିଆ କେତେଯେ କୁଟିଳ 

କେତେ ଭୟଙ୍କର 

ପଦେ ପଦେ ପ୍ରତିବାଦ 

ଅସହିଷ୍ଣୁ, ବିଦ୍ରୋହର ସ୍ୱର 

ପୁଣି ବାଧ୍ୟ ଏଠି ଦେବାପାଇଁ 

ହଜାରେ ପ୍ରଶ୍ନର ଉତ୍ତର 

ସେବେଠାରୁ ସ୍ୱପ୍ନ ସବୁ ହେଲା ବାଟବଣା 

ସମୟର ଚକ୍ରବ୍ୟୁହରେ 

ଫସିଯାଇଥିବା ମଣିଷଟା 

ଆଜି ଖୋଜୁଛି 

ତା ଜୀବନର ବଞ୍ଚିବା ଠିକଣା l     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy