STORYMIRROR

Debadatta Jena

Romance

4.0  

Debadatta Jena

Romance

ସ୍ବପ୍ନ ସୁନ୍ଦରୀ...

ସ୍ବପ୍ନ ସୁନ୍ଦରୀ...

1 min
238


କେଉଁ ରାଇଜର ରାଜ କନ୍ୟା ତୁମେ, 

କେଉଁ କାହାଣୀର ରଚନା, 

କେଉଁ କବିତାର ସାଏରୀ ଗୋ ତୁମେ, 

ସପନ ସୁନ୍ଦରୀ ସୁନୟନା, 

କେଉଁ କଳ୍ପନାର ପରୀ ରାଣୀ ତୁମେ, 

ରଙ୍ଗ ତୂଳୀର ମୋନାଲିସା, 

କେଉଁ ଭାବନାରେ ଆନମନା ତୁମେ, 

କାବ୍ୟ କୋଣାର୍କର ମୂର୍ଚ୍ଛନା..!

ରୂପ ରାଇଜ ରୂପ ରାଣୀ ଗୋ ତୁମେ, 

ସ୍ୱପ୍ନ ବିଭୋରେ ଆନମନା, 

ମନ ଆଇନାରେ ରଙ୍ଗ ବୋଳି ତୁମେ, 

ରଙ୍ଗରେ ରୂପରେ ଅର୍ଚ୍ଚନା, 

ମୋ ମନ ଆକାଶର ଇନ୍ଦ୍ରଧନୁ ତୁମେ, 

ଋତୁରେ ଯେ ତୁମେ ୠତମ୍ଭରା, 

ରାଗ ରାଗିଣୀର ସାଏରୀ ଯେ ତୁମେ, 

ସ୍ୱର ସଂଯୋଜନେ ସୁରଞ୍ଜନା..!

ଭାବନା ରାଜ୍ୟରେ ପ୍ରଭଞ୍ଜନା ତୁମେ, 

ନୀଳ ଆକାଶର ନୀଳାଞ୍ଜନା, 

କବିତା ସୌଧର କାବ୍ୟାଙ୍ଗନା ତୁମେ, 

ମାନିନୀ ଗୋ ତୁମେ ମନୋରମା..!



Rate this content
Log in

Similar oriya poem from Romance