STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସବାରୀ ସମୟର ପଦଚିହ୍ନ

ସବାରୀ ସମୟର ପଦଚିହ୍ନ

1 min
170


 

ମୁଁ ଦେଖିଛି ମୋ ପିଲାବେଳେ

ଆମ ଗାଁ ଝିଅ କନିଆଁ ସାଜି

 ସବାରୀ ଭିତରେ ମଉନେ ବସି

ଗାଆଁ ଛାଡ଼ି ଯାଏ ତାର ବର ଘର ଗାଆଁ

ସାତ କୋଶ ଦୂର ମନେ ପଡ଼ିଯାଏ

କେତେ କେତେ ସ୍ମୃତି ଗାଆଁ ଦାଣ୍ଡ ତୋଟା ମାଳ  

ପୋଖରୀ ତୁଠ ପଥର ସାଙ୍ଗ ସାଥି

ଥଟ୍ଟା ମଜା ପରିହାସ ରଜଦୋଳି  

ଓଷା ବ୍ରତ ଫୁଲ ଚୋରି ମିଛିମିଛିକା ବୋହୂ ଚୋରି ଖେଳ  

ଗୁଡ଼ି ଉଡା କଙ୍କି ଧରା

ବରଷାରେ ଭିଜି ଭିଜି କାଗଜ ଡଙ୍ଗା ଭସାଣି

ଭାଲୁକୁଣି ଓଷା ବିଷୁବ ସଂକ୍ରାନ୍ତି ପର୍ବ

ଦୋଳ ପୂର୍ଣ୍ଣିମା ତିଥିରେ ଫଗୁ ଖେଳ

ଅସୁମାରୀ ସ୍ମୃତି ମନକୁ ଆସଇ

ବେଳେ ବେଳେ ସବାରୀ ଫାଙ୍କରୁ

ବାହାରକୁ ଚାହିଁ ଦେଇ ଦେଖେ

ଆଉ ତାଳ ଗଛ ଓ ଖଜୁରୀ ଗଛର ବଣ

ଦେଖା ଯାଉନି ଗାଆଁ ବହୁ ପଛରେ ରହିଲାଣି  

କେଡ଼େ ସଜଳ ସେ ସ୍ମୃତି

ବୁକୁ ଫଟା କ୍ରନ୍ଦନର ସେମାନେ ହିଁ ତ ମୁକ ସାକ୍ଷୀ  

ସବାରୀ ବାହକମାନେ ସବାରୀ ବାଲା ସେ ଦିନ ଆଉ ନାହିଁ 

ସବାରୀ ଯେ ଥିଲା ଅତୀତରେ ସମୟର

 ଏକ ପଦଚିହ୍ନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational