ସବାରୀ ସମୟର ପଦଚିହ୍ନ
ସବାରୀ ସମୟର ପଦଚିହ୍ନ
ମୁଁ ଦେଖିଛି ମୋ ପିଲାବେଳେ
ଆମ ଗାଁ ଝିଅ କନିଆଁ ସାଜି
ସବାରୀ ଭିତରେ ମଉନେ ବସି
ଗାଆଁ ଛାଡ଼ି ଯାଏ ତାର ବର ଘର ଗାଆଁ
ସାତ କୋଶ ଦୂର ମନେ ପଡ଼ିଯାଏ
କେତେ କେତେ ସ୍ମୃତି ଗାଆଁ ଦାଣ୍ଡ ତୋଟା ମାଳ
ପୋଖରୀ ତୁଠ ପଥର ସାଙ୍ଗ ସାଥି
ଥଟ୍ଟା ମଜା ପରିହାସ ରଜଦୋଳି
ଓଷା ବ୍ରତ ଫୁଲ ଚୋରି ମିଛିମିଛିକା ବୋହୂ ଚୋରି ଖେଳ
ଗୁଡ଼ି ଉଡା କଙ୍କି ଧରା
ବରଷାରେ ଭିଜି ଭିଜି କାଗଜ ଡଙ୍ଗା ଭସାଣି
ଭାଲୁକୁଣି ଓଷା ବିଷୁବ ସଂକ୍ରାନ୍ତି ପର୍ବ
ଦୋଳ ପୂର୍ଣ୍ଣିମା ତିଥିରେ ଫଗୁ ଖେଳ
ଅସୁମାରୀ ସ୍ମୃତି ମନକୁ ଆସଇ
ବେଳେ ବେଳେ ସବାରୀ ଫାଙ୍କରୁ
ବାହାରକୁ ଚାହିଁ ଦେଇ ଦେଖେ
ଆଉ ତାଳ ଗଛ ଓ ଖଜୁରୀ ଗଛର ବଣ
ଦେଖା ଯାଉନି ଗାଆଁ ବହୁ ପଛରେ ରହିଲାଣି
କେଡ଼େ ସଜଳ ସେ ସ୍ମୃତି
ବୁକୁ ଫଟା କ୍ରନ୍ଦନର ସେମାନେ ହିଁ ତ ମୁକ ସାକ୍ଷୀ
ସବାରୀ ବାହକମାନେ ସବାରୀ ବାଲା ସେ ଦିନ ଆଉ ନାହିଁ
ସବାରୀ ଯେ ଥିଲା ଅତୀତରେ ସମୟର
ଏକ ପଦଚିହ୍ନ
