STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ସ୍ବାଧୀନ ଏ ଭାରତରେ

ସ୍ବାଧୀନ ଏ ଭାରତରେ

1 min
282


ଆମ ଏ ଦେଶର ପ୍ରତ୍ଯେକଟି ଆମେ

ରାଷ୍ଟ୍ରକୁ ଗୁରୁତ୍ତ୍ବ ନାହିଁ

ଆତ୍ମସ୍ବାର୍ଥ ବଡ଼ ହେବାରୁ ଭାରତ

ଆଗକୁ ବଢି଼ବ କାହିଁ?୧

ମାଗଣା ଖାଇବା ଅନେଇ ରହୁଛୁ

ଶ୍ରମ ଏଠି କାତରକୁ

ରାତାରାତି କୋଟିପତି ହୋଇବାକୁ

ଦେଖୁଛୁ ସଦା ସ୍ବପ୍ନକୁ।୨

କୋଢି଼ଆ ହୋଇକି ଗୁଲିଗପ କରୁ

ପରଚର୍ଚ୍ଚା ପରନିନ୍ଦା

କେ'ଯଦି ଆଗକୁ ବଢି଼ ଯାଉଥାଏ

ଉପାଡୁ ତାହାର କେନ୍ଦା।୩

ଝିଅ ମାନଙ୍କୁ ହିଁ ଦୁର୍ବଳ ଭାବୁଛୁ

ନୀଚ୍ଚ ଏ ଭାରତ ଭୂମେ

ତାଙ୍କ ରୋଜଗାର ଖାଉଥିଲେ ସୁଦ୍ଧା

ଦେହ ମନ କିଆଁ ଭ୍ରମେ?୪

ଅନ୍ଯାୟ ଅନୀତି ପ୍ରଶୟ ଦେଉଛୁ

ଅନ୍ଧ ବିଶ୍ବାସକୁ ଆଗ

ରୋଗରେ ପଡି଼ଲେ ଔଷଧ ନ ଖାଇ

ବଳିପୂଜା କରୁ ବାଗ।୫

ଲାଞ୍ଚନେଉ ଆଉ ଦେଉଥାଉ ମଧ୍ଯ

ନିଜସ୍ବାର୍ଥ ଶୀଘ୍ର ପାଇଁ

ଶିକ୍ଷା ସ୍ବାସ୍ଥ୍ଯ ପ୍ରତି ସଚେତନ ନୁହଁ

ରାଜନୀତି ହାଇଁପାଇଁ।୬

ରାଜନୀତି ଆଜି ନିଜର ଜାତିଟା

ନାବାଳକ ହେବା କାଳୁ

ଗଣ୍ଠିକରି ଆମେ ଜାବୁଡି଼ ଧରୁଛୁ

ଦେଶ ପ୍ରଗତି ନ ଭାଳୁ।୭

ଗଣତନ୍ତ୍ର ସ୍ବାର୍ଥ ପ୍ରଗତିକୁ କେହି

କେବେ କି'ରେ ଭାବିଥାଉ

ଅର୍ଥର ଲୋଭରେ ଏ ମୁଣ୍ଡକୁ ବିକୁ

ଭାବୁକି କେ'ବଡ଼ ଭାଉ?୮

ସ୍ବଚ୍ଛତା ସକାଶେ ଧ୍ଯାନ ତ ଦେଉନୁ

ଅସ୍ବଚ୍ଛ ଏ ଦେହ ମନ

ମଣିଷ ପଣିଆଁ ଦୂରେଇ ଯାଉଛି

ଥିଲେ ବା ଥାଉ ବିଜ୍ଞାନ?୯

କେହି ଯଦି ଗୋଟେ ଭଲକାମ କରେ

ଉପହାସ କରିଥାଉ

ଜୀବନରେ କେବେ ସାହସୀ ତ ନୁହଁ

ପତ୍ନୀ ପାଖେ ରାଉରାଉ।୧୦

         


Rate this content
Log in

Similar oriya poem from Abstract