STORYMIRROR

Minakshi Samal

Romance

4  

Minakshi Samal

Romance

ସୌନ୍ଦର୍ଯ୍ୟମୟୀ

ସୌନ୍ଦର୍ଯ୍ୟମୟୀ

1 min
117

ଆଲୁଳାୟିତ କେଶକୁ ସଜାଉ ସଜାଉ

ମନେହେଲା ଥରୁଟିଏ ଦର୍ପଣରେ

ମୁହଁ ଟିକୁ ଦେଖି ବାକୁ

ଅନିଛା ସତ୍ତ୍ୱେ ବି ପାଦଦୁଇ

ଟାଣି ହୋଇଗଲେ ଆଇନାର ସମ୍ମୁଖକୁ।


ଚିବୁକରେ ଥିବା ତିଳଚିନ୍ହକୁ ଦେଖି

ହେଜ ହେଲା ହଜିଲା ଅତୀତ

ନିରୀମାଖି ମୁଖଶୋଭା ବଢାଉଥିବା

ଏଇ ସେଇ ତିଳଚିନ୍ହ ଯାହା ଦିନେ

ଦ୍ବିଗୁଣିତ କରୁଥିଲା ନିଜର ବ୍ୟକ୍ତିତ୍ୱ।


ଚୂର୍ଣ୍ଣ କୁନ୍ତଳର ଢେଉ ଆକର୍ଷିତ କରୁଥିଲା

ମତୁଆଲା କରୁଥିଲା

ପ୍ରେମରେ ଭିଜାଇ ଦେଉଥିଲା।

ଯୌବନର ପ୍ରଥମ ପାହାଚରେ ପାଦ

ଦେଉଥିବା କିଶୋରୀଟି ନିଜର ସୌନ୍ଦର୍ଯ୍ୟକୁ

ନିଜେ ନିହାରୁଥିଲା।


ଆଖିର କଜ୍ଜ୍ବଳଗାର କଳାକାରର

ତୁଳୀଅଙ୍କା ମୃଣ୍ମୟୀ ପ୍ରତିମାର ଛବିସମ

ହେଉଥିଲା ପ୍ରତୀୟମାନ।

କପାଳର ସିନ୍ଦୁର ଯେ ଜଳୁଥିଲା

ଦାଉ ଦାଉ ହୋଇ।

କାହିଁ ଗଲା ସେ ସମୟ!

ଆଣିକି ପାରିବ ଫେରାଇ ?


କାହିଁ ନୁହଁ?

ନିଜ ହାତେ ,ନିଜ ମନେ ଅଛି ଯାଦୁକରୀ

ସେ ସ୍ପର୍ଶରେ ନିଜକୁ ସେ କରିବ ଉଜ୍ଜୀବିତ

ବିଗତ ସ୍ମୃତି ର ଛଟା

ପୁଣିଥରେ ଉଙ୍କି ମାରିବ ତାର ମୁଖମଣ୍ଡଳରେ

ଚିବୁକ ହୋଇଉଠିବ ଲାଲିମା ଜଡିତ

ଆଲୁଳାୟିତ କେଶ ହେବ ସଜ୍ଜିତ କବରୀ

ପ୍ରେମର ଫଲ୍ଗୁଧାରା ବହିବ କୁଳୁ କୁଳୁ ନାଦ କରି

ସୌନ୍ଦର୍ଯ୍ୟର ହେବ ଜୟଜୟକାର

ଆନନ୍ଦ ମୟ ହୋଇବ ସଂସାର ନିଜର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance