ସୈ।ଜନ୍ୟତା ରକ୍ଷା କର
ସୈ।ଜନ୍ୟତା ରକ୍ଷା କର
ଧିରେଧିରେ ଜାଳି ନିଜକୁ ଅନ୍ତରେ
ଜାଳି ଦିଏ ନିଆଁ ଧୂଆଁ
ଲିଭେ ନାହିଁ କେବେ କୁଅଭ୍ୟାସ ନିଶା
ଲାଗେ ସବୁ ପାଣିଚିଆ ।
ବିଡ଼ି ସିଗାରେଟ ପାଉଁଶ ଝୁଲରେ
ଜଳିଯାଏ ସୁଖ ସ୍ୱପ୍ନ
ସୁନ୍ଦର ମଧୁର ଜୀବନେ ପରାଗ
ଲାଗେ ଅକାଳ ଗ୍ରହଣ ।
ଗ୍ରାସେ ରାହୁ କେତୁ ଛାୟାର କାଳିମା
ଧନହାନୀ ପ୍ରାଣ ପୀଡ଼ା
ନିଜର ଯେତିକି ନ କରଇ କ୍ଷତି
ସଂସର୍ଗ ସଭିଙ୍କୁ ବ୍ୟଥା ।
ଡ଼ାକି ଆଣେ ରୋଗ ଦେହ କରେ କ୍ଷୀର୍ଣ
ପ୍ରାଣ ଘାତି ପରିଣାମ
ଭୋଗେ ପରିବାର ଅତି ଆପଣାର
ପତ୍ନୀ ଆତ୍ମୀୟ ସ୍ୱଜନ ।
ଧୂମପାନ ଅଟେ ବଡ଼ ବଦଭ୍ୟାସ
କରେ ମନ ହାଇଁ ପାଇଁ
ସ୍ଥାନ କାଳ ପାତ୍ର ନ ଦେଖେ ମଣିଷ
ଚିରୁଟ ପକାଏ ଟାଣି ।
ରହିଛି ଅନେକ ଜ୍ୱଳନ୍ତ ଦୃଷ୍ଟାନ୍ତ
ଏହି କାରଣୁ କେବଳ
ଚଳନ୍ତା ଗାଡ଼ିରେ ଲାଗିଅଛି ନିଆଁ
ଜଳି ଅଛି ବଗି ରେଳ ।
ଆତ୍ମଘାତି ଏହି ମନ୍ଦ ଅଭ୍ୟାସକୁ
ଅବିଳମ୍ବେ ପରିହର
ବଞ୍ଚାଅ ନିଜକୁ ନିଜ ପରିବାର
ସୈ।ଜନ୍ୟତା ରକ୍ଷା କର ।
------
