ସାଥୀ
ସାଥୀ
କୁହ ସାଥୀ ଆଜି
ତୁମେକି ବୁଝିଛ
ପ୍ରେମାତୁର ମଣିଷର ଆତ୍ମକଥା,
ଗୋପନରେ ହଉ ସତେ
ଅବା ହଉ ଲୋକଦେଖା
ମୁଁ ତୁମକୁ ଭଲପାଏ,
ଏହାହିଁ କଟୁ ସତ୍ୟ କଥା ।
ବୟସର ଏଇ ଚପଳତାକୁ
କିବା ସମାଜ ରୋକିପାରିବ
ପାରେଇଯାଏ ବୟସର କୃଷ୍ଣଚୁଡା,
ନିରସ ଏଇ ଜୀବନରେ
ଆସେ ସତେ ଉଦ୍ଦାମତା
ତୁମ ସ୍ୱପ୍ନେ ସାଥୀ,
ଦୂରେଇଯାଏ ହୃଦୟର ନିଃସଙ୍ଗତା ।
ସତେ ଯେମିତି ମନେହୁଏ
ଦୂର ଦିଗବଳୟରୁ
ତୁମେ ହାତ ଠାରି ଡ଼ାକୁଛ ମତେ,
ମିଶି ଯିବା ପାଇଁ
ନିରୋଳାରେ ତୁମ ସାଥେ
ହାତ ଧରି ଚାଲିବାକୁ,
ସବୁଦିନ ଜୀବନର ଚଲାପଥେ ।

