STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ସାଥୀ ପାଇଁ ମନ ଝୁରେ

ସାଥୀ ପାଇଁ ମନ ଝୁରେ

1 min
180


ଏଇ ଯେ ରଙ୍ଗ ମଧୁ ଫଗୁଣ

ଅବିର ଦିଶେ କେଡ଼େ ସୁନ୍ଦର

ଏଠି ଭାବ ସରେନା

ଏଠି ପ୍ରେମ ସରେନା

ଏଇ ଯେ ରଙ୍ଗ ମଧୁ ଫଗୁଣ ......

ବରଷେ ରଙ୍ଗ ବରଷି ଝୁମେ

ସାଥୀର ମନକୁ ଆନନ୍ଦେ ଚୁମେ

କାକ ପିକ ଶାରୀ ନାଚନ୍ତି ତାନେ

ସାଥିରେ ବକୁଳ ବାସ୍ନା ଝୁମେ

ଢଳି ଢଳି ଆସେ ନବ ନବୀନା

ତାର ନାଚ ସରେନା

ତାର ପ୍ରୀତି ସରେନା

ଏଇ ଯେ ରଙ୍ଗ ମଧୁ ଫଗୁଣ ......

ଅପୂର୍ବ ପୁଲ୍ଲକେ ମଳୟ ବହେ

ରଙ୍ଗିନ୍ ଜଗତ ପରାଣ ମୋହେ

ଏଇଠି ମା'ର ମମତା ଖଣି

ନିବିଡ ବନ୍ଧନେ ନିଏ ସେ ଟାଣି

ଏମିତି ସଂପର୍କ ଆଣିଛି ହୋଲି

ମନ ମୋର ନାଚେ ଆନନ୍ଦେ ଝୁଲି

କୁଆଁରୀ ଆଖିରେ କେତେ ସପନ

ତାର ରାତି ସରେନା 

ତାର ନିଦ ସରେନା

ଏଇ ଯେ ରଙ୍ଗ ମଧୁ ଫଗୁଣ .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance