STORYMIRROR

Kalandi pal

Inspirational

3  

Kalandi pal

Inspirational

ସାଥି

ସାଥି

1 min
172


ହେ ବ୍ରହ୍ମାଣ୍ଡ ପତି ମୋ ଜୀବନ ସାଥି

  ମୋ ଶୂନ୍ୟ ହୃଦୟ ପତି.

ଏ ଜୀବନ ରଥ ଖୋଜେ ତଵ ପଥ

   ସାଥି ବିନା ନାହିଁ ଗତି.

ତୁମେ, ଏ ଜୀବନ ରଥ ସାରଥୀ. l0l


ଅନୁଭବେ ମୁହିଁ ସାଥି ରୂପେ ପାଇ

  କରେ ଦୁଃଖ ସୁଖ ସାଥି.

ଜୀବନର ଗତି ପରକାଳ ସାଥି

  ତୁମେ ବସନ୍ତର ପ୍ରୀତି.

ବିପଦେ ଆପଦେ ତୁମେ ସାଥି ମୋର

  ତୁମେ ମରଣର ସାଥି. l1l


କ୍ଷଣିକ ପଥର କ୍ଷଣିକ ସାଥି ତ

  ହୁଅନ୍ତି ସ୍ୱାର୍ଥ ସାରଥୀ.

ସ୍ୱାର୍ଥ ସରିଗଲେ ଜୀବନର ଶତ୍ରୁ

  ଆପେ ଆପେ ହୋଇଥାନ୍ତି.

ବିନା ସ୍ଵାର୍ଥେ ପ୍ରଭୁ ତୁମେ ହୋଇ ସାଥି

  ଦର୍ଶାଅ ପଥ ମୁକତି. l2l



Rate this content
Log in

Similar oriya poem from Inspirational