ସାତ ଜନମର ସାଥୀ
ସାତ ଜନମର ସାଥୀ
ସାତ ଜନମର ସାଥୀ ତୁମେ ମୋର
ମନକୁ ମୋ କଲ ଚୋରି
ତୁମ ବନ୍ଧନରୁ ମୁକୁଳି ମୁଁ ଆଉ
ପଛକୁ ପାରୁନି ଫେରି।
ଅଜାଣତେ ମୋର ମନରେ ଗଢ଼ିଲ
ସ୍ୱପ୍ନର ବିଭୀଷିକା
ରାତିର ସପନେ ନିତି ତୁମ ସାଥେ
ହେଉଥିଲା ମୋର ଦେଖା ।
ନିଜଠୁ ନିଜକୁ ହଜେଇ ମୁଁ ଦେଲି
ତୁମକୁ ଯେବେ ପାଇଲି
ଆରମ୍ଭ ତୁମଠି ଶେଷ ବି ତୁମଠି
ଆପଣାର ଭାବି ନେଲି ।
ଅନେକ ଭିତରେ ତୁମକୁ ପାଇଚି
ହରେଇଚି କେତେ କ'ଣ
ନିରବତା ମୋର କେତେ କଥା କହେ
ତୁମେ ଜାଣ କି ନ ଜାଣ ?

